ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ କରୋନା ଭାଇରସ ପାଇଁ ଲାଗୁ କରାଯାଇଥିବା କଟକଣାକୁ ସରକାର ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି । ତେବେ କରୋନା ଭାଇରସକୁ ନେଇ ସମସ୍ତ ସଚେତନତା କରାଇବାରେ ଲାଗିଛନ୍ତି । କରୋନା ଭାଇରସକୁ ନେଇ ମୁହଁ ଖୋଲିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମନ୍ତ୍ରୀ କହିଛନ୍ତି ଯେ, ସରକାର ଜାରି କରିଥିବା ନିର୍ଦ୍ଦେଶ ମାନି ଚାଲିଲେ କିଛି ହେବ ନାହିଁ ।
ଏହା ସହ ସମସ୍ତେ ମାସ୍କ ବ୍ୟବହାର କରିବାର କିଛି ଆବଶ୍ୟକ ନାହିଁ । କରୋନାକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ । ସଚେତନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ଏହା ସହ ରାଜ୍ୟବାସୀଙ୍କୁ ସ୍ୱଚ୍ଛତା ସହିତ ରହୁନ୍ତୁ ଓ ଡେଟଲରେ ହାତ ଧୁଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ଦରକାରଠାରୁ ଅଧିକ ଜିନିଷ ନକିଣିବାକୁ ଅନୁରୋଧ କରିଛନ୍ତି । ଏହା ସହ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଗୁଜବ ପ୍ରଚାର କଲେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି ।