ଭୂବନେଶ୍ୱର(ଏଟିଆର ବ୍ୟୁରୋ):ଛାତ୍ରଛାତ୍ରୀଙ୍କ ସିଲାବସ ଆଉ କମିବ ନାହିଁ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମରୀ ଦାସ ।ତେବେ ଜାନୁଆରୀ ୮ ତାରିଖରେ ସ୍କୁଲ ଖୋଲିବା ସହ ପାଠପଢା ହେବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।ଗୋଟେ ସେକ୍ସନରେ ୨୦ ରୁ ୨୫ ପିଲା ପଢିବେ ବୋଲି ସୂଚନା ଦେଇଛନ୍ତି । ଅଧିକ ପିଲା ହେଲେ ଅଧିକ ସେକ୍ସନ ହେବ ବୋଲି କହିଛନ୍ତି ।
ବିଦ୍ୟାଳୟକୁ ଆସିବା ପୂର୍ବରୁ ପିଲାଙ୍କ ସ୍ୱାସ୍ଥ୍ୟବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବା ସହ ସାନିଟାଇଜେସନ କରାଇବା ପାଇଁ କୁହାଯାଇଛି ।ଗତକାଲି ଜିଲ୍ଲାପାଳ ଓ ଡିଇଓଙ୍କ ସହ ମିଳିତ ବୈଠକ ଶେଷ ହୋଇଛି । ନୋଡାଲ ଅଫିସରମାନେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ମିଶି କାମ କରିବେ । ଓ ଅଧିକ ଶିକ୍ଷକ ଆବଶ୍ୟକ ହେଲେ ତାକୁ ପୂରଣ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଦଶମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲୁଥିବା ବେଳେ ୧୦୦ ଦିନ ପାଠପଢା ହେବ । ଏହି ୧୦୦ ଦିନ ମଧ୍ୟରେ ପୁଜା ଛୁଟି ରହିଥିବା ବେଳେ ରବିବାର ଦିନ ପାଠପଢା ହେବ ନାହିଁ । କାରଣ ରବିବାର ଦିନ ନ ପାଠପଢା ନହେଲେ ୧୦୦ ଦିନ ହେବ ନାହିଁ । ତେବେ ପୂର୍ବରୁ ୩୦ ପ୍ରତିଶତ ସିଲାବସ କମିଥିବା ବେଳେ ଆଉ ସିଲାବସ କମିବସ କମିବ ନାହିଁ ବୋଲି କହିଛନ୍ତି ।