ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଥିରୁ ବଡବଡ ନେତା ଓ ଅଭିନେତା ମଧ୍ୟ ବାଦ ପଡୁନାହାନ୍ତି । ଏବେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଗତ ୭ ଦିନ ମଧ୍ୟରେ ଯେଉର୍ମାନେ ତାଙ୍କ ସସ୍ପର୍ଶରେ ଆସିଛନ୍ତି ସେମାନେ ସଂଗରୋଧରେ ରହିବାକୁ ସେ ନିବେଦନ କରିଛନ୍ତି ।
Mid March'20 onwards doing public & official works. Not missed a day. Tried hard during this pandemic people don't feel alone & worked as desired by Hon'ble C.M. Finally Covid-19 caught hold of me. Who're in my contacts in last 7days please isolate. Last pic y'day. @CMO_Odisha pic.twitter.com/bPHsKQLFE7
— Jyoti Prakash Panigrahi (@panigrahi_jp) September 7, 2020
ସୂଚନାଯୋଗ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୮୬୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟା ମିଶିବା ପଳରେ ଏବେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୭୮୯୨ ରେ ପହଞ୍ଚିିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛିି ।
ଆଜି ଚିହ୍ନଟଙ୍କ ମଧ୍ୟରୁ ୨୨୭୮ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବା ବେଳେ ୧୫୮୩ ଜଣ ସ୍ଥାନୀୟ ବାସନ୍ଦା ରହିଛନ୍ତି । ରାଜ୍ୟରେ ଏବେ ମୋଟ ୩୦୯୧୯ ଟି ଆକ୍ଟିଭ କେସ ରହିଥିବା ବେଳେ ୯୬୩୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।