ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆସନ୍ତା ୮ତାରିଖରୁ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେବାକୁ ଯାଉଛି ଆନ୍ତର୍ଜାତିକ ଟ୍ରେଡ ଫେୟାର । ଏହି ମେଳା ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ।
ମିନିଷ୍ଟ୍ରି ଅଫ ମାଇକ୍ରୋ, ସ୍ମଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ୍ (MSME)ପକ୍ଷରୁ ଏହି ଟ୍ରେଡ ଫେୟାର ଆୟୋଜନ କରାଯାଉଛି ।
ଏହି ମେଳାରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତିୟ କମ୍ପାନୀମାନେ ଯୋଗ ଦେବେ । ଏଠାରେ ୨୮୦ଟି MSME ଷ୍ଟଲରେ ଉତ୍ପାଦ ପ୍ରଦର୍ଶିତ ହେବା ସହିତ ୩୨ଟି ଷ୍ଟଲରେ ବିଭିନ୍ନ ଟେକ୍ନୋଲୋଜିର ଡେମୋଷ୍ଟ୍ରେସନ ହେବ । ଏହି ମେଳାରେ ଇରାନ ଓ ବାଂଲାଦେଶର ୩୦ଟି କମ୍ପାନୀର ପ୍ରତିନିଧିମାନେ ଯୋଗ ଦେବେ ।
ସେପଟେ ବିଭାଗୀୟ ସଚିବଙ୍କ ସୁଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୦ହଜାର MSME ୟୁନିଟ ଥିବା ବେଳେ ପ୍ରତି MSME ୟୁନିଟରେ ପ୍ରାୟ ୩୫ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରିଛି ।