ଜୟପୁର (ଏଟିଆର ବ୍ୟୁରୋ); ଯୁବତୀଙ୍କୁ ଅସଦାଚରଣ କରି ନିଦ୍ଧୁମ ଛେଚା ଖାଇଲେ ଯୁବକ । ମାଡ ସାଙ୍ଗକୁ ଜେଲ ଯିବାକୁ ମଧ୍ୟ ପଡିଛି ଯୁବକଙ୍କୁ । ଅଭିଯୁକ୍ତ ଯୁବକ ହେଲେ ଭକ୍ତ ଗୈାଡ । ପୋଲିସ ଭକ୍ତକୁ ଅଟକ ରଖି ପଚରା ଉଚରା କରୁଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସ୍ଥାନୀୟ କୁମୁଲିପୁଟ ଅଞ୍ଚଳରେ । ସୂଚନା ଅନୁଯାୟୀ ଯୁବତୀ ଶୈାଚ ହେବା ପାଇଁ ଯାଇଥିବା ବେଳେ ଭକ୍ତ ଏକା ପାଇ ତାଙ୍କୁ ଟଣା ଓଟରା କରି ଅସଦାଚରଣ କରିଥିଲା ।
ଟଣା ଓଟରା କରିବା ପରେ ପାଟି କରି ଲୋକଙ୍କୁ ଡାକିଥିଲେ ଯୁବକ । ପାଟି ଶୁଣି ଗାଁ ଲୋକ ଆସିଥିଲେ । ଖସି ପଳେଇବା ପାଇଁ ଚେଷ୍ଟା କରୁଥିବା ବେଳେ ଯୁବକକୁ କାବୁ କରିନେଇଥିଲେ ଲୋକ । ଏହାପରେ ଉତମ ମଧ୍ୟମ ଦେଇଥିଲେ । ପରେ ଖବର ଦେବା ପରେ ଆମ୍ବାଗୁଡା ଥାନା ପୋଲିସ ଆସି ଯୁବକକୁ ଅଟକ ରଖି ପଚରା ଉଚରା କରିଛି । ଲୋକଙ୍କ ମାଡରେ ଆହତ ହୋଇଛି ଭକ୍ତ । ତେବେ ଏହି ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି ।