ମୟୁରଭଞ୍ଜ (ଏଟିଆର ବ୍ୟୁରୋ): ପୁଣି ଏକ ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି । ଦିନକୁ ଦିନ ହଜି ଯାଉଛି ମାନବିକତା । ଦେହର ଭୋକ ମେଣ୍ଟାଇବା ଆଳରେ ନାବାଳିକା ଶିଶୁ କନ୍ୟାକୁ ବି ଛାଡୁ ନାହାନ୍ତି । ଆଜ୍ଞା ହଁ ଜଣେ ୫ ବର୍ଷର ଶିଶୁ କନ୍ୟାକୁ ପ୍ରଲୋଭନ ଦେଖାଇ ଦୁର୍ଷ୍କମ କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାଟି ମୟୁରଭଞ୍ଜ ଜିଲ୍ଲା ବେତନାଟୀ ନୂଆସାହିରେ ହୋଇଥିବା ଜାଣିବାକୁ ମିଳିଛି ।
ଗତକାଲି ନୂଆସାହରି କମଳଲୋଚନ ସିଂ ନାମକ ଜଣେ ଯୁବକ ନାବାଳିକାକୁ ଏକୁଟିଆ ଦେଖି ପାଲେଇ ଫୁସୁଲେଇ ଦୁଷ୍କର୍ମ କରିଥିବେ ଅଭିଯୋଗ ହୋଇଛି । ଶିଶୁ କନ୍ୟାର ସ୍ୱାସ୍ଥ୍ୟ ଗୁରୁତର ହେବାରୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ପିଡୀତାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିବା ସହ ଅଭିଯୁକ୍ତକୁ ଧରିବା ପାଇଁ ଦାବି କରିଛନ୍ତି ।