ବୌଦ୍ଧ ( ଏଟିଆର ବ୍ୟୁରୋ): ମୀନା ବଜାର ମାଲିକଙ୍କ ଭାଇଙ୍କୁ ଛୁରାମାଡ । ମୀନା ବଜାରରୁ ହିସାବ ସାରି ଘରକୁ ଫେରୁଥିବା ବେଳେ ଷ୍ଟାଡିୟମ ପାଖରେ କିଛି ଯୁବକ ତାଙ୍କୁ ଛୁରା ମାଡ କରି ତାଙ୍କ ଠାରୁ ୬୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଗୁରୁତର ଅବସ୍ଥାରେ ମୀନା ବଜାର ମାଲିକ ଏବେ ଡାକ୍ତରଖାନରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବୌଦ୍ଧ ଷ୍ଟାଡିୟମଠାରେ ଚାଲିଥିବା ମୀନାବଜାର ମାଲିକଙ୍କ ଭାଇ ଅବଦୁଲ ମହସୀନ ଖାନ ମୀନା ବଜାରରେ ହିସାବ ପତ୍ର ସାରି ଘରକୁ ଫେରୁଥିଲେ ।
ଫେରୁଥିବା ସମୟରେ ଷ୍ଟାଡିୟମ ପାଖରେ କିଛି ଯୁବକ ତାଙ୍କୁ ପଛପଟୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏକ ଭୁଜାଲି ମାଧ୍ୟମରେ ଅବଦୁଲଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ କରିବା ସହିତ ପାଖରେ ଥିବା ନଗଦ ୬୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଅବଦୁଲ ମହସୀନ ଖାନଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଘଟଣା ପରେ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏଯାବତ ଲୁଟେରା ମାନଙ୍କ ସୂଚନା ମିିଳିନାହିଁ । ଅନ୍ୟପଟେ ଆକ୍ରମଣର ଶୀକାର ହୋଇଥିବା ଅବଦୁଲଙ୍କର ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଗୁରୁତର ରହିଛି ।