କଟକ (ଏଟିଆର ବ୍ୟୁରୋ): ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ଅନ୍ତର୍ଗତ ଟାଙ୍ଗି ଥାନା ନିମେସାପୁର ପେଟ୍ରୋଲ ପମ୍ପ ନିକଟରେ ୧୧ଟି ଟ୍ରକରୁ ଦୃର୍ବୁତ୍ତମାନେ ଆକ୍ରମଣ କରି ଲୁଟି ନେଇଛନ୍ତି ପ୍ରାୟ ୫ଲକ୍ଷରୁ ଅଧିକ ଟଙ୍କା । ମିଳିଥିବା ସୂଚନା ମୁତାବକ, ଗତକିଛି ଦିନ ହେବ ପେଟ୍ରୋଲ ପମ୍ପ ନିକଟରେ ଟ୍ରକଗୁଡିକ ରହିଆସୁଥିଲା । ଟ୍ରକଗୁଡିକ ରାସ୍ତା କଡରେ ରହିବା ଫଳରେ ଅନେକ ଦୁର୍ଘଟଣା ମାନ ଘଟୁଥିଲା ଏହା ସହ ଟ୍ରାଫିକ ସମସ୍ୟା ଉପୁଜୁଥିଲା ।
ଏହି ବାବଦରେ ଗାଁ ଲୋକ ବାରମ୍ବାର ପ୍ରତିବାଦ କରିବା ସହ ପୋଲିସଙ୍କୁ ଜଣାଇଥିଲେ, ହେଲେ ପୋଲିସ୍ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିଲେ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଦୃର୍ବୁତ୍ତମାନେ ଟ୍ରକରୁ ଟଙ୍କା ଲୁଟି ନେବା ସହ ଟ୍ରକର ସମସ୍ତ ଡ୍ରାଇଭରଙ୍କୁ ଆକ୍ରମଣ କରିବା ଫଳରେ ଡ୍ରାଇଭରମାନେ ଗୁରୁତର ଭାବେ ଆହତ ହୋଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତହନ୍ତ କରିବା ଦୃର୍ବ ୁତ୍ତମାନଙ୍କୁ ଶୀଘ୍ର ଧରିବେ ବୋଲି କହିଛନ୍ତି ।