ଜଳେଶ୍ୱର (ଏଟିଆର ବ୍ୟୁରୋ): ସବୁବେଳେ ଚୋର ଘର ଅନ୍ଧାର ନଥାଏ, ତାହା ଦିନେ ନା ଦିନେ ଆଲୁଅ ହୁଏ । ଆଜ୍ଞା ହଁ ଚୋରି କରି ଫେରାର ହୋଇଯାଉଥିବା ବେଳେ ତିନି ଜଣ ଚୋର ଗ୍ରାମବାସୀଙ୍କ ହାବୁଡରେ ଧରା ପଡି ଉତ୍ତମ ମଧ୍ୟମ ଖାଇଛନ୍ତି । ଏଭଳି ଛେଚା ଖାଇଛନ୍ତି ଯେ ଉଠିବା ତାଙ୍କ ପାଇଁ ମୁସକିଲ୍ ହୋଇପଡିଛି । ଘଟଣାଟି ବାଲେଶ୍ୱର ଜିଲ୍ଲା କୁଳିଦା ଗାଁରେ ଘଟିଛି ।
ଗତକାଲି ବିଳମ୍ବିତ ରାତିରେ ଏହି ତିନି ଜଣ ଚୋର ଗାଁରୁ ଚୋରୀ କରି ଏକ ଭ୍ୟାନ୍ ଯୋଗେ ଯାଉଥିବା ବେଳେ ଗାଁ ଲୋକଙ୍କ ନଜରରେ ଆସିଥିଲେ । ଫଳରେ ଗାଁ ଲୋକେ ସେହି ଚୋରଙ୍କ ଭ୍ୟାନ୍ ପଛରେ ଗୋଡାଇଥିଲେ । ଦୁର୍ଭାଗ୍ୟ ବସତଃ ଭ୍ୟାନ୍ ଟି କୌଣସି କାରଣରୁ ରାସ୍ତାରେ ଅଟକି ଯାଇଥିଲା । ଯାହାଦ୍ୱାରା ଗ୍ରାମବାସୀଙ୍କ କବଜାରେ ଆସିଥିଲେ ଏହି ଚୋରମାନେ । ତାପରେ ଆରମ୍ଭ ହୋଇଯାଇଥିଲା ମାଡ । ଏହି ଚୋର ମାନଙ୍କଠାରୁ ଗୋଟେ ଭ୍ୟାନ୍ ଏବଂ ଲକ୍ଷାଧିକ ଟଙ୍କାର ଚୋରୀ ସାମଗ୍ରୀ ଜବତ କରାଯାଇଛି ।