କେନ୍ଦ୍ରାପଡା(ଏଟିଆର ବ୍ୟୁରୋ): କେନ୍ଦ୍ରାପଡା ଆଳୀ ବ୍ଳକ ଅନ୍ତର୍ଗତ ପଦନିପାଳ ପଞ୍ଚାୟତର ଅଙ୍ଗନବାଡି କେନ୍ଦ୍ରକୁ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଦର୍ଶାଇ ସରକାରଙ୍କ ଠାରୁ ପାଖାପାଖି ୧୬ଲକ୍ଷ ଟଙ୍କା ହଡପ କରିଛନ୍ତି ପଦନିପାଳ ସରପଞ୍ଚ ଓ ଜେଇ ।
ଅଭିଯୋଗ ପରେ ସମ୍ପୃକ୍ତ ଜେଇ ଓ ସରପଞ୍ଚଙ୍କ ନାଁରେ ମାମଲା ରୁଜୁ ହୋଇଛି । ସୋସିଆଲ ମିଡିଆରେ ପ୍ରକାଶିତ ଖବରର ତଦନ୍ତ କରିବାକୁ ଯାଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ପୁରା ଘଟଣାର ତଦନ୍ତ କରିଥିଲେ । ଏହାପରେ ସମ୍ପୂର୍ଣ୍ଣ ଘଟଣାର ପଦାକୁ ଆସିଥିଲା ।
ପୁର୍ବରୁ ଅସଂମ୍ପୂର୍ଣ୍ଣ ଅବସ୍ଥାରେ ଥିବା ଏକ ଓବିବି କୋଠା ଯେଉଁଠାରେ ବର୍ତ୍ତମାନ ପଦନିମାଳ ହରିଜନ ସାହିର ଅଙ୍ଗନବାଡି କେନ୍ଦ୍ର ଚାଲୁଛି, ସେହି କୋଠାକୁ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଦର୍ଶାଇ ସରପଞ୍ଚ ଓ ଜେଇ ସରକାରଙ୍କ ୧୬ଲକ୍ଷ ଟଙ୍କା ଆତ୍ମସାତ୍ କରିଛନ୍ତି । ସରକାରଙ୍କ ପକ୍ଷରୁ ସରପଞ୍ଚ ଓ ଜେଇଙ୍କୁ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିର୍ମାଣ କରିବା ପାଇଁ ୧୬ଲକ୍ଷ ଟଙ୍କାର ମଞ୍ଜୁରି ମିଳିଥିଲା । ହେଲେ କୌଣସି ନୂଆ କୋଠା ତିଆରି ନକରି ପୁରୁଣା କୋଠାକୁ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଦର୍ଶାଇ ସରକାରଙ୍କ ୧୬ଲକ୍ଷ ଟଙ୍କା ହଡପ ହୋଇଥିଲା ।
ବର୍ତ୍ତମାନ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପରିଡାଙ୍କ ଏତଲା କ୍ରମେ ପୋଲିସ ସରପଞ୍ଚ ରାକେଶ ରୋଶନ ରାଉତ ଓ ଜେଇ ମନୋଗ କୁମାର ବେହୁରିଆଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି ।