ବ୍ରହ୍ମପୁର ( ଏଟିଆର ବ୍ୟୁରୋ): ବ୍ରହ୍ମପୁର ମେଡିକାଲ କଲେଜରେ ଡାକ୍ତରଙ୍କୁ ମାଡ, ରୋଗୀଙ୍କ ସମ୍ପର୍କୀୟ ମାଡ ମାରିଥିବା ଅଭିଯୋଗ । ଏ ନେଇ ବ୍ରହ୍ମପୁର ମେଡିକାଲ କଲେଜରେ ଉତ୍ତେଜନା । ସୂଚନା ଅନୁସାରେ ଗଜପତି ଜିଲ୍ଲା ଅଡବା ଅଞ୍ଚଳର ଅନୀଲ ନାୟକ ନାମକ ଜଣେ ଯୁବକଙ୍କ ମା ଙ୍କୁ ଫିଡିସ ମାରିବାରୁ ତାଙ୍କୁ ଅନିଲ ମେଡିକାଲ ନେଇ ଆସିଥିଲେ । ମା ଙ୍କ ଦେହ ଗୁରୁତର ଥିବାରୁ ଅନିଲ ମାଙ୍କୁ ଜଲଦି ଚିକିତ୍ସା କରିବା ପାଇଁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ ।
ମାତ୍ର ଡାକ୍ତର ଶୁଣି ନଥିଲେ । ବରଂ ସୁନିଲଙ୍କୁ ଗାଳି ଗୁଲଜ କରିଥିଲେ । ଡାକ୍ତର ଉତକ୍ଷିପ୍ତ ହୋଇ ଅନୀଲଙ୍କୁ ମାଡ ମାରିଥିବା ଅନିଲ ଅଭିଯୋଗ କରିଛନ୍ତି ଅନୀଲ । ଅନ୍ୟପଟେ ଡାକ୍ତରଙ୍କୁ ଅନିଲ ମାରିଥିବା ଡାକ୍ତର ଅଭିଯୋଗ କରିଛନ୍ତି । ତେବେ ଅନୀଲଙ୍କ ଗଣ୍ଡଗୋଳକୁ ନେଇ ବ୍ରହ୍ମପୁର ମେଡିକାଲ ଛାତ୍ର ମାନେ ଅନିଲଙ୍କୁ ଘେରି ଯାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୀଲଙ୍କୁ ଥାନାକୁ ଆଣିଥିଲା ।
ଅନ୍ୟପଟେ ଡାକ୍ତରଙ୍କୁ ମାଡ ହୋଇଥିବା ଅଭିଯୋଗରେ ଛାତ୍ରଛାତ୍ରୀ ମାନେ ଥାନା ଘେରାଉ କରିଥିଲେ । ଅନ୍ୟପଟେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ ମାରିଥିବା ଅଭିଯୋଗରେ ପୋଲିସ ୪ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରିଛି । ତେବେ ବର୍ତ୍ତମାନ ସ୍ଥିତି ଗମ୍ଭୀର ଥିବାରୁ କଲେଜରେ ପୋଲିସ ଛାଉଣୀ କରାଯାଇଛି । ମେଡକାଲ୍ ଅଧ୍ୟକ୍ଷ ଓ ସୁପରିଟେଣ୍ଟଣ୍ଟ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି ।