ବ୍ରହ୍ମପୁର ( ଏଟିଆର ବ୍ୟୁରୋ): ଆସନ୍ତା ଅଗଷ୍ଟ ୧୫ ତାରିଖରୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ଓପିଡି ଖୋଲିବ । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ବ୍ରହ୍ମପୁର ଜିଲ୍ଲାପାଳ । ସୂଚନାଯୋଗ୍ୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ମାସ ଠାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଓପିଡିକୁ ବନ୍ଦ କରାଯାଇଥିଲା । ଯାହାକୁ ନେଇ ମଧ୍ୟ ସାଧାରଣରେ ଦାବି ହେଉଥିଲା । ତେବେ ସାଧାରଣ ଲୋକଙ୍କ ସୁବିଧା ପାଇଁ ପୁଣି ପ୍ରଶାସନ ଓପିଡି ଖୋଲିବାକୁ ନିଷ୍ପତି ନେଇଛି ।
ତେବେ ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ସ୍ୱତନ୍ତ୍ର ଗାଇଡ ଲାଇନ ପ୍ରସ୍ତୁତ କରାଯାଇଛି । ପ୍ରଶାସନ ପକ୍ଷରୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ସାମାଜିକ ଦୂରତା ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟ୍ୱିଟ କରି ସୂଚନା ଦେଇଛନ୍ତି ।