ଭୁବନେଶ୍ୱର(ଏଟିଆର ବ୍ୟୁରୋ):ବିଧାୟକମାନେ ଏକ ମହଲା ବିଶିଷ୍ଟ କ୍ୱାଟରରେ ରହିବା ପରିବର୍ତ୍ତେ ଏବେ ରହିବେ ମଲ୍ଟି ଷ୍ଟୋର (ଆପାର୍ଟମେଣ୍ଟ) କ୍ୱାଟର ଗୁଡିକରେ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ବାଚସ୍ୱତିଙ୍କ କହିବା ଅନୁଯାଇ ବିଧାୟକମାନେ ଆଗରୁ ଗୋଟିଏ ମହଲା ବିଶିଷ୍ଟ କ୍ୱାଟରରେ ରହୁଥିଲେ ଯାହାଫଳରେ ଅଧିକ ଜମି ଲାଗୁଥିଲା ।
୭ ମହଲା ବିଶିଷ୍ଟ ଏକ ମଲ୍ଟି ଷ୍ଟୋର (ଆପାର୍ଟମେଣ୍ଟ) କ୍ୱାଟର ତିଆରି ହେବା ଫଳରେ ଏହି ସମସ୍ୟା ଦୂର ହୋଇପାରିବ । ଏହି ନୂତନ କ୍ୱାଟରରେ ପାଖା ପାଖି ୧୪୦ ବିଧାୟକ ରହିବେ । ଏହାକୁ ନିର୍ମାଣ କରିବାରେ ୪୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ବିଧାୟକମାନଙ୍କ ଗ୍ରହଣରେ ଏହାକୁ ସ୍ୱାଗତ କରାଯାଇଛି ।