ଭୁବନେଶ୍ୱର(ଏଟିଆର ବ୍ୟୁରୋ)):ପିପିଲି ଉପନିର୍ବାଚନ ପାଇଁ ପ୍ରଦୀପ ମହାରଥୀଙ୍କ ନେତୃତରେ ବିଜେଡି ବିଧାୟକ ପ୍ରତାପ ଦେବଙ୍କୁ ଦଳ ପକ୍ଷରୁ ପିପିଲି ଉପନିର୍ବାଚନ ପାଇଁ ପର୍ୟ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି । ଏନେଇ ବିଜେଡି ପକ୍ଷରୁ ଘୋଷଣା କରାଯାଇଛି । ପିପିଲି ବିଧାୟକ ପ୍ରଦୀପ ମହାରଥୀରଙ୍କର ଅକାଳରେ ବିୟୋଗ ହେବା ପରେ ସେବେଠାରୁ ଖାଲି ପଡିଛି ଆସନ ।
ଆଉ ୬ମାସ ପରେ ହେବ ନିର୍ବାଚନ । ଏନେଇ ପ୍ରସ୍ତୁତ ଆରମ୍ଭ କରିଛି ରାଜ୍ୟ ନିର୍ବାନନ ଅଧିକାରୀ । କୋଭିଡ୍ ଗାଇଡ ଲାଇନ ମାନି ଉପ ନିର୍ବାଚନ ହେବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଳା ଲୋହାନୀ । ଏବଂ ସେ ଏହା ମଧ୍ୟ କହିଛନ୍ତି ନିର୍ବାଚନ କମିଶନର ଉପ ନିର୍ବାଚନ ପାଇଁ ଅନୁମତି ଦେଇସାରିଛନ୍ତି । ଖୁବ ଶୀଘ୍ର ଏହାର ତାରିଖ ମଧ୍ୟ ଘୋଷଣା କରାଯିବ ।
ପିପିଲିରେ ମୋଟ ୨ ଲକ୍ଷ ୨୯ ହଜାର ୯୦୩ ଜଣ ଭୋଟର ଅଛନ୍ତି । ସେଥି ମଧ୍ୟରୁ ୧ ଲକ୍ଷ ୧୯ ହଜାର ୨୦ ଜଣ ପୁରୁଷ ରହିଥିବା ବେଳେ ୧ ଲକ୍ଷ ୧୦ ହଜାର ୫୬୧ ଜଣ ମହିଳା ଭୋଟର ରହିଛନ୍ତି । ଏବଂ ପୋଷ୍ଟାଲ ବାଲାଟ ଭୋଟରଙ୍କ ସଂଖ୍ୟା ୩୨୦ ରହିଛି । ପ୍ରତି ବଚଥରେ ୧୦୦୦ ଜଣ ଭୋଟର ଭୋଟ ଦେବେ ।
ସେହିପରି ବିଜେଡି ପକ୍ଷରୁ ପ୍ରଦୀପ ମହାରଥୀଙ୍କ ପକ୍ଷରୁ ତାଙ୍କ ପତ୍ନୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହୋଇଛି । କାରଣ ସେ ନିଜେ କହିଥିଲେ ଯଦି ନିର୍ବାଚନ ଲଢିବା ପାଇଁ ମତେ ସୁଯୋଗ ମିଳନ୍ତା ତେବେ ମୁଁ ନିର୍ବାଚନ ଲଢିବି ।