ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ଭେଟିବା ପାଇଁ ଆଜି ଦିଲ୍ଲୀ ଗସ୍ତରେ ବାହାରିବେ ଓଡିଶାର ୨୬ ଜଣ ବିଧାୟକ । ୨୬ ଜଣିଆ ଏହି ଟିମ୍ ଦିଲ୍ଲୀରେ ପହଁଚି ଦୌପଦୀ ମୁର୍ମୁଙ୍କୁ ଭେଟି କୃତଜ୍ଞତା ଜଣାଇବେ । ବାଚସ୍ପତିଙ୍କ ନେତୃତ୍ୱରେ ଗଠନ ହୋଇଥିବା ଏହି ୨୬ ଜଣିଆ ଟିମ୍ ମଧ୍ୟ ବିଧାୟକ ଓ ମନ୍ତ୍ରୀ ଅଛନ୍ତି ।
ଦିଲ୍ଲୀ ଯିବା ପୂର୍ବରୁ ସମସ୍ତଙ୍କର କୋଭିଡ ଟେଷ୍ଟ କରାଯାଇଛି । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ ଆସିଛି ସେମାନେ ଦିଲ୍ଲୀ ଅଭିମୁଖେ ଗସ୍ତ କରିବେ । ଏହି ଟିମ୍ ବୁଧବାର ରାଷ୍ଟ୍ରପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।