ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଏଣିକି ବସରେ ଗଲେ ଆପଣ ମାଗଣାରେ ପାଇବେ ଖବର କାଗଜ । ଆଜ୍ଞା ହଁ ‘ମୋ ବସ’ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଲାଗି ଏହା କେବଳ ଉଦ୍ଧିଷ୍ଟ । ଆଜିଠାରୁ ଏହି ସେବା ଆରମ୍ଭ ହୋଇଛି । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ଖୋଦ୍ ଏହାକୁ ଉଦଘାଟନ କରିଛନ୍ତି ।
Now get your daily fix of news on #MoBus.
Starting from today, to begin with, an english daily will be available in AC buses and soon the facility will be added to all buses and commuters will also get to read Odia newspaper as well. #Bhubaneswar #Cuttack #Odisha pic.twitter.com/Xh25oZvAWQ— Capital Region Urban Transport (@CRUT_BBSR) September 1, 2019
ମାଷ୍ଟରକ୍ୟାଣ୍ଟିନ୍ରେ ଥିବା ମୋ ବସ ଡିପୋରେ ପହଞ୍ଚି ଶ୍ରୀ ବୋଥ୍ରା ‘ନ୍ୟୁଜ ପେପର ଅନ ହ୍ୱିଲ’ର ଶୁଭ ଉଦଘାଟନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ମୋଟ୍ ୪୪ଟି ଏସି ବସରେ ଏହି ସେବା ଆରମ୍ଭ ହୋଇଛି । ପରବର୍ତ୍ତି ସମୟରେ ଏହି ସେବା ସବୁ ମୋ ବସରେ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି । ସମସ୍ତ ଏସି ବସରେ ଉପଲବ୍ଧ ରହିବ ଇଂରାଜି ଖବର କାଗଜ । ଆଗକୁ ଓଡିଆ ଖବରକାଗଜ ମଧ୍ୟ ଯାତ୍ରୀଙ୍କୁ ମିଳିବ ବୋଲି ସୂଚନା ମିଳିଛି ।
ରିପୋର୍ଟ କହୁଛି ପ୍ରତ୍ୟେକଦିନ ରାଜଧାନୀରେ ୨ଶହ ମୋବସ ଗଡୁଥିବା ବେଳେ ପାଖାପାଖି ୭୦ ହଜାରରୁ ଅଧିକ ଯାତ୍ରୀ ଦୈନନ୍ଦିନ ଏଥିରେ ଯାତ୍ରା କରୁଛନ୍ତି । ବ୍ୟସ୍ତବହୁଳ ଜୀବନ ଭିତରେ ଲୋକେ ପେପର ପଢ଼ିବାକୁ ସମୟ ପାଉନଥିବା ବେଳେ ଏହାକୁ ଆଖିରେ ରଖି ନ୍ୟୁଜ ପେପର ଅନ ହ୍ୱିଲ ଆରମ୍ଭ କରାଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ପୂର୍ବରୁ ରେଡିଓ, ୱାଇଫାଇ ଏବଂ କ୍ୟାମେରା ମୋବସରେ କାର୍ଯ୍ୟକ୍ଷମ ଥିବା ବେଳେ ଏବେ ଏଥିରେ ପେପରକୁ ସାମିଲ କରାଯାଇଛି । ସରକାରଙ୍କ ଏହି ପଦକ୍ଷେପକୁ ସହରବାସୀ ବେଶ ପ୍ରଶଂସା କରିଛନ୍ତି ।