ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏଣିକି ସମସ୍ତ ରୁଟ୍ ରେ ଗଡିଲା ମୋ ବସ । କୋଭିଡ ନିୟମ ପାଳନ ପୂର୍ବକ ପୁରୀ, କଟକ, ଭୁବନେଶ୍ୱରରେ ମୋ ବସ୍ ଚଳାଚଳ ହୋଇଛି । ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସମସ୍ତ ରୁଟ୍ ରେ ମୋ ବସ୍ ଚାଲିବା ଆରମ୍ଭ କରିଛି । ମହାମାରି କରୋନା କଟକଣା ପାଇଁ ରାଜ୍ୟରେ ବନ୍ଦ ଥିଲା ମୋ ବସ୍ ସେବା ।
ଧୀରେ ଧୀରେ କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ଯ୍ୟାୟ କ୍ରମେ ମୋ ବସ୍ ଗଡିବାକୁ ଅନୁମତି ଦିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୭ଟି ରୁଟ୍ ରେ ମୋ ବସ୍ ଚଳାଚଳ ପାଇଁ ଅନୁମତି ଦିଆଯାଇଥିଲା । ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ୮ ଟି ରୁଟ୍ ରେ ବସ୍ ଚଳାଚଳ ପାଇଁ ଅନୁମତି ଦିଆଗଲା ଏବଂ ତୃତୀୟ ପର୍ଯ୍ୟାୟରେ ୧୦୭ ଟି ବସ୍ ଚଳାଚଳ ପାଇଁ ଅନୁମତି ଦିଆଯାଇଥିଲା । କିନ୍ତୁ ଏବେ ସମସ୍ତ ୨୨ ଟି ରୁଟ୍ ରେ ୧୪୪ ଟି ମୋ ଗଡିବାକୁ ଅନୁମତି ମିଳିଛି ।