ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜିଠୁ ଭୁବନେଶ୍ୱର-କଟକ ମଧ୍ୟରେ ମୋ ବସ ଚଳାଚଳ ଆରମ୍ଭ ହୋଇଛି । ସକାଳ ୭ଟାରୁ ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହା ଚଳାଚଳ କରିବ । ତେବେ ଯାତ୍ରୀ ମାନେ ମାସ୍କା ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି । ବସରେ ଯେତିକି ସିଟ ସେତିକି ଯାତ୍ରୀ ଯାତ୍ରା କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଭୁବନେଶ୍ୱର ଓ କଟକ ମଧ୍ୟରେ ୭ଟି ରୁଟରେ ଗଡୁଛି ମୋ ବସ । ସେଗୁଡିକ ହେଲା ଏୟାରପୋର୍ଟରୁ କଟକ, ସିଡିଏ, ନନ୍ଦନବିହାରରୁ ଲିଙ୍ଗିପୁର, ମାଷ୍ଟରକ୍ୟାଣ୍ଟିନରୁ ସିଡିଏ ଭାୟା ରସୁଲଗଡ଼, ମାଷ୍ଟରକ୍ୟାଣ୍ଟିନ-ଖୋର୍ଦ୍ଧା, ମାଷ୍ଟରକ୍ୟାଣ୍ଟିନ-ସମ୍ ହସ୍ପିଟାଲ୍, ଡୁମୁଡୁମାରୁ ମଞ୍ଚେଶ୍ୱର ଓ ମାଷ୍ଟରକ୍ୟାଣ୍ଟିନରୁ ଏମ୍ସ ।
ସୂଚନା ଯୋଗ୍ୟ କରୋନା ମହାମାରୀର ମୁକାବିଲା କରିବା ପାଇଁ ପ୍ରାୟ ଦୁଇ ମାସ ହେବ ବସ ଚଳାଚଳ ବନ୍ଦ କରାଯାଇଥିଲା । ଏବେ ସ୍ଥିତି ସ୍ୱଭାବିକ ହେବା ପରେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର-କଟକ ମଧ୍ୟରେ ମୋ ବସ ଚଳାଚଳ ଆରମ୍ଭ କରାଯାଇଛି । ଆଗକୁ ଅନ୍ୟ ଜିଲ୍ଲାରେ ଆରମ୍ଭ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଘୋଷଣା ପରେବି ରାଜ୍ୟରେ ଘରୋଇ ବସ ଚଳାଚଳ ଆରମ୍ଭ ହୋଇପାରି ନାହିଁ । ଏନେଇ ଆଜି ଘରୋଇ ବସ ମାଲିକ ସଂଘ ଓ ପରିବହନ ମନ୍ତ୍ରୀଙ୍କ ମଧ୍ୟରେ ଅପରାହ୍ନରେ ଆଲୋଚନା କରାଯିବ ।