ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତାକାଲି ବାରବାଟି ଷ୍ଟାଡିୟମରେ ଅନୁଷ୍ଠିତ ହେବ ଟି୨୦ ମ୍ୟାଚ । ଏନେଇ ସ୍ୱତନ୍ତ୍ର ବ୍ୟବସ୍ଥାମାନ କରାଯାଇଥିବା ବେଳେ ମ୍ୟାଚ ଦେଖିବା ନିମନ୍ତେ ଦର୍ଶକଙ୍କ ଯିବା ଆସିବା ପାଇଁ ସ୍ୱତନ୍ତ୍ର ମୋ ବସ୍ ସେବାର ବ୍ୟବସ୍ଥା କରାଯାଇଛି । ଦୁଇଟି ରୁଟ୍ ଦେଇ ଷ୍ଟାଡିୟମକୁ ବସ ଚଳାଚଳ କରିବ ।
ବରମୁଣ୍ଡା ବସଷ୍ଟାଣ୍ଡ ଓ ମାଷ୍ଟର କ୍ୟାଣ୍ଟିନରୁ ମଧ୍ୟାହ୍ନ ସାଢେ ୧୨ ଟାରୁ ଦୁଇଟି ମୋ ବସ୍ ବାହାରି ଷ୍ଟାଡିୟମ ଅଭିମୁଖେ ଯାତ୍ରା କରିବ । ସେହିପରି ମ୍ୟାଚ ଶେଷ ହେବା ପରେ ଷ୍ଟାଡିୟମରୁ ମୋ ବସ୍ ଦର୍ଶକଙ୍କୁ ନେଇ ବରମୁଣ୍ଡା ବସଷ୍ଟାଣ୍ଡ ଏବଂ ମାଷ୍ଟର କ୍ୟାଣ୍ଟିନ ଅଭିମୁଖେ ଯାତ୍ରା କରିବ । ଷ୍ଟାଡିୟମକୁ ବସ୍ ଭଡା ୪୦ ଟଙ୍କା ରଖାଯାଇଛି ।