ଭୂବନେଶ୍ୱର(ଏଟିଆର ବ୍ୟୁରୋ):ଭୂବନେଶ୍ୱର ରେ ଅରମ୍ଭ ହୋଇଛି “ମୋ ଖତ” ଯୋଜନା । ମହାନଗର ନିଗମ ଅଞ୍ଚଳର ପରିମଳରୁ ମୋ ଖତ ପ୍ରସ୍ତୁତ ହେଉଛି ।ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।ଓଦା ବଜ୍ୟବସ୍ତୁରୁ ତିଆରି ହେଉଛି ଖତ ।
ଖତ କିଣିବା ପାଇଁ କୃଷି ଜଙ୍ଗଲ ଓ ଉଦ୍ୟାନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଏମସି ପ୍ରଥମେ ସର୍ବସାଧାରଣଙ୍କୁ କିଣିବା ପାଇଁ ସୁଯୋଗ ଦେଇଛି । ଭୂବନେଶ୍ୱରରେ ୮ ଟି ଏମସିସିରୁ ବାହାରୁଛି ଜୈିବିକ ସାର । ରାଜମହଲ ଛକରେ ବିଏମସି ପକ୍ଷରୁ ଖତ ବିକିବା କିଓସ୍କ ଉଦଘାଟନ ହେବ ।
ଲୋକେ ସୁଲଭ ମୂଲ୍ୟରେ ଏହି ଖତ କିଣିପାରିବେ । ୫ କିଲୋ ଖତ ପାଇଁ ୧୨୫ ଟଙ୍କା ଧାର୍ଯ୍ୟ କରାଯାଇଛି । ଅନଲାଇନ ମାଧ୍ୟମରେ ଏହି ଖତ ମିଳିବ ବୋଲି ସୂଚନା ଦିଆଯାଇଛି । ଯଦି ଖତ ବ୍ରିି ନହେଲା ତେବେ ଜଙ୍ଗଲ କୃଷି ଓ ଅନ୍ୟାନ୍ୟ ସଂସ୍ଥାକୁ ବିକିବା ପାଇଁ ଯୁକ୍ତି କରାଯିବ ।