ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ଅକ୍ଟୋବର୨ ଗାନ୍ଧୀ ଜୟନ୍ତୀରେ ରାଜ୍ୟ ସରକାରଙ୍କର ବର୍ଚ୍ଛିତ ‘ମୋ ସରକାର’ ଯୋଜନା ଶୁଭାରମ୍ଭ କରାଗଲା । ଆଜି ନିଜେ ମୁଖ୍ୟମନ୍ତ୍ରୀ କ୍ୟାପିଟାଲ ହସ୍ପିଟାଲ, ସହିଦନଗରଥାନାରେ ପହଞ୍ଚି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ସେ ନିଜେ ଲୋକଙ୍କ ସମସ୍ୟା ସମ୍ପର୍କରେ ବୁଝିବା ସହ ଥାନାଅଧିକାରୀ ଓ ହସ୍ପିଟାଲ କର୍ମଚାରୀ କିପରି ବ୍ୟବହାର କଲେ ସେ ସମ୍ପର୍କରେ ପଚାରି ବୁଝିବେ । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ୩ଦିନ ପୂର୍ବରୁ ନିଜେ ପୋଲିସ ଡିଜି ବିଭିନ୍ନ ଥାନାକୁ ଫୋନ କରି ଲୋକଙ୍କ ସହ କଥା ହୋଇଥିଲେ ।
ସରକାରଙ୍କର ବହୁଚର୍ଚ୍ଚିତ ୫ଟି କାର୍ଯ୍ୟକ୍ରମରୁ ଆଧାରିତ ହୋଇଛି ଏହି ଯୋଜନା । ୫ଟି ଯୋଜନାକୁ ସଫଳ କରିବା ନିମନ୍ତେ ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମଟିକୁ ହାତକୁ ନେଇଛନ୍ତି । ଅନେକ ସମୟରେ ଲୋକମାନଙ୍କୁ ଥାନାଅଧିକାରୀ ଓ ହସ୍ପିଟାଲ କର୍ମଚାରୀ ଖରାପ ବ୍ୟବହାର କରିଥାଆନ୍ତି, ଏଥିସହ ହସ୍ପିଟାଲରେ ସମସ୍ତ ପ୍ରକାରର ସୁବିଧା ମିଳୁନଥିବାର ଅଭିଯୋଗ ମଧ୍ୟ ଆସିଥାଏ । ଏହି ଯୋଜନା ଶୁଭାରମ୍ଭ ହେବା ଫଳରେ ସରକାରଙ୍କ ପାଖରେ ଲୋକ ନିଜର ସମସ୍ୟା ସମ୍ପର୍କରେ ସିଧାସଳଖ ଜଣାଇପାରିବେ ବୋଲି ସରକାର ଆଶା ପ୍ରକଟ କରିଛନ୍ତି । ପ୍ରତ୍ୟେକ ଦିନ ସରକାର ବିଭିନ୍ନ ଥାନା ଓ ହସ୍ପିଟାଲକୁ ଫୋନ କରିବେ ଏବଂ ଲୋକଙ୍କ ସମସ୍ୟା ସମ୍ପର୍କରେ ବୁଝିବେ ।