ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗତକାଲି ଗାନ୍ଧୀ ଜୟନ୍ତୀ ଠାରୁ ରାଜ୍ୟ ସରକାର ରାଜ୍ୟରେ ଲାଗୁ କରିଛନ୍ତି “ ମୋ ସରକାର’’ । ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ କ୍ୟାପିଟାଲ ହସପିଟାଲ ଓ ସହିଦ ନଗର ଥାନା ଗସ୍ତ କରିଥିବା ବେଳେ ଗତକାଲି ଫୋନ ଯୋଗେ ମଧ୍ୟ ସାଧାରଣ ଲୋକଙ୍କ ସହିତ ଯୋଗାଯୋଗ କରିଛନ୍ତି । ସୂଚନା ଅନୁସାରେ ଗତକାଲି ମୁଖ୍ୟମନ୍ତ୍ରୀ ନିଜେ ୮ ଜଣଙ୍କ ସହିତ ଫୋନ ମାଧ୍ୟମରେ ଯୋଗାଯୋଗ କରିଛନ୍ତି ।
ଥାନାରେ ଆପଣଙ୍କ ଅଭିଯୋଗ ପୋଲିସ ଶୁଣୁଛି କି ନାହିଁ ? ଡାକ୍ତରଖାନାରେ ଆପଣଙ୍କୁ କେମିତି ସେବା ମିଳୁଛି ? ଏସବୁ ବିଷୟରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଯୋଜନା ଆସନ୍ତା ଅକ୍ଟୋବର ୩୦ ତାରିଖ ମଧ୍ୟରେ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟକାରୀ ହେବ । ଅନ୍ୟପଟେ ଏହି ଯୋଜନା ଆସନ୍ତା ମାର୍ଚ୍ଚ ୫ ତାରିଖ ପରଠାରୁ ସରକାରଙ୍କ ସମସ୍ତ ବିଭାଗରେ କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଥାନା ଓ ଡାକ୍ତରଖାନାକୁ ଯାଉଥିବା ପ୍ରତ୍ୟକ ବ୍ୟକ୍ତିର ଟେଲିଫୋନ ନମ୍ବର ରେଜିଷ୍ଟ୍ରି କରାଯିବ। ଆଉ ଯଦି ୨୪ ଘଣ୍ଟା ମଧ୍ୟରେ ସେହି ନମ୍ବରକୁ ମେସେଜ ଯାଇନାହିଁ ତେବେ ବ୍ୟକ୍ତି ୧୪୫୪୫କୁ କଲ କରିପାରିବେ।