ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଜାନୁଆରୀ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ପ୍ରତିଷେଧକ ଟିକାକରଣର ଶୁଭାରମ୍ଭ କରିବେ । ଏହା ସହ ମୋଦୀ କୋ ୱିନ୍ ଆପ ମଧ୍ୟ ଲଞ୍ଚ କରିବେ । ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟ କ୍ରମରେ ଯୋଗଦେବାର ଯୋଜନା ରହିଛି ।
ପ୍ରଥମ ପର୍ଯ୍ୟାୟରେ ମଙ୍ଗଳବାର କୋଭିସିଲ୍ଡ ଟିକା ଦେଶରେ ବିଭିନ୍ନ ସ୍ଥାନରେ ପହଞ୍ଚିଛି । ଏଥି ସହିତ, ଭାରତ ବାୟୋଟେକର ‘କୋଭାକ୍ସିନ୍’ର ପ୍ରଥମ ପରିବହନ ଆଜି ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚିଛି ।
କୋ ୱିନ ଆପ୍ ମାଧ୍ୟମରେ ଟିକାକରଣ ପାଇଁ ପଞ୍ଜିକରଣ କରାଯିବ । ଏହି ଆପ ଜରିଆରେ ଟିକା ପାଇଁ ଆବେଦନ କରିଥିବା ଆବେଦନକାରୀଙ୍କୁ ଟିକା ନେବାର ତାରିଖ , ଓ ସ୍ଥାନ ଏବଂ ଅନ୍ୟାନ୍ୟ ସୂଚନା ପ୍ରଦାନ କରାଯିବ ।