ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ମହାମାରୀ ସହିତ ଲଢେଇ କରୁଛି । ସେହିଭଳି ଆମ ଦେଶରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସାରା ଦେଶକୁ ଲକ ଡାଉନରେ ରଖିଛନ୍ତି । ତେବେ ଏହିଭଳି ଏକ ସଙ୍କଟମୟ ସମୟରେ ସରକାରଙ୍କୁ ବଭିନ୍ନ ସଂଗଠନ ଓ ବିଭିନ୍ନ ସଂସ୍ଥା ସବୁ ଆଗେଇ ଆସି ସହାୟତାର ହାତ ବଢାଉଛନ୍ତି । ତେବେ ସେହିଭଳି ଏବେ ଓଡିଶାର ବିଭିନ୍ନ ମଠ ମନ୍ଦିର ଏବେ ସରକାରଙ୍କୁ ସହାୟତାର ହାତ ବଢାଇଛନ୍ତି ।
କରୋନା ମୁକାବିଲା ପାଇଁ ଓଡିଶାର ୬୨ ଟି ମଠ ମନ୍ଦିର ସରକାରଙ୍କୁ ସହାୟତାର ହାତ ବଢାଇଛନ୍ତି । ଏହି ମଠ ମନ୍ଦିର ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଏକ କୋଟି ୩୭ ଲକ୍ଷ ୭୨ ହଜାର ୮୧୮ ଟଙ୍କା ପ୍ରଦାନ କରିଥିବା ବେଳେ କେନ୍ଦୁଝର ଘଟଗାଁ ମନ୍ଦିର ୨୦ ଲକ୍ଷ, ମଝିଘରିଆଣୀ ମନ୍ଦିର ୨୦ ଲକ୍ଷ, ଗୋପୀନାଥ ମନ୍ଦିର ୨୦ ଲକ୍ଷ, କାକଟପୁର ମଙ୍ଗଳା ମନ୍ଦିର ୧୦ ଲକ୍ଷ, ଜଗତସିଂହପୁର ଗୋରେଖନାଥ ମନ୍ଦିର ୧୦ ଲକ୍ଷ, କ୍ଷୀରଚୋରା ଗୋପୀନାଥ ମନ୍ଦିର ୫ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି ।