ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗତ ସପ୍ତାହରେ ରାଜ୍ୟରେ ମୌସୁମୀ ବାୟୁ ପ୍ରବାହିତ ହୋଇଥିଲେ ମଧ୍ୟ ଏବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ମୌସୁମୀ ପ୍ରବାହରେ ଗୋଟେ ଦିନ ବର୍ଷା ହୋଇଥିବା ବେଳେ ଆଉ ବର୍ଷାର ଦେଖା ଦର୍ଶନ ନାହିଁ । ତେବେ ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା ଦୁଇ ଦିନ ଯାଏଁ ଗରମ ଏମିତି ଅନୁଭବ ହେବ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରବାବରେ ଆସନ୍ତା ୩୦ କିମ୍ଭା ୧ ତାରିଖ ଠାରୁ ବର୍ଷା ଚାରିଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଅନୁମାନ କରାଯାଉଛି । ତେବେ ଏଥର ରାଜ୍ୟରେ ୨୪ ପ୍ରତିଶତରୁ କମ ବର୍ଷା ହୋଇଛି ବୋଲି ଆକଳନ କରାଯାଉଛି ।
ତେବେ ଆଜି ଭୁବନେଶ୍ୱର କଟକ ସମେତ ବିଭିନ୍ନ ସ୍ଥାନରେ ତାପମାତ୍ରା ୩୮ ଡିଗ୍ରୀ ରହିଛି । ତେବେ ଆଗାମୀ ଦୁଇ ଦିନ ପରେ ରାଜ୍ୟରେ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଆଜି ଅପରାହ୍ନରେ ପଶ୍ଚିମ ଓଡିଶାରେ ବିଭିନ୍ନ ସ୍ଥାନରେ କାଳ ବୌଶାଖି ବର୍ଷା ହେବା ଆଶଙ୍କା କରାଯାଉଛି ।
ତେବେ ୩୦ ତାରିଖ ପରେ ବର୍ଷା ସ୍ୱାଭାବିକ ହେବ । ସୂଚନାଯୋଗ୍ୟ ଚଳିତ ଥର ରାଜ୍ୟକୁ ମୌସୁମୀ ବାୟୁ ୧୦ ଦିନ ବିଳମ୍ଭରେ ଆସିଥିଲା । ଗତ ପାଞ୍ଚ ଦିନ ତଳେ ମୌସୁମୀ ବାୟୁ ଓଡିଶା ଛୁଇଁଥିଲା ମାତ୍ର ଗୋଟିଏ ଦିନ ବର୍ଷା ହେବା ପରେ ମୌସୁମୀ ବାୟୁ କେଉଁଆଡେ ଉଭେଇ ଯାଇଥିଲା । ଯାହାର ପ୍ରଭାବରେ ଏବେ ରାଜ୍ୟରେ ଗରମ ଓ ଗୁଳୁଗୁଳି ଲାଗି ରହିଛି ।