ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆସନ୍ତାକାଲିଠାରୁ ବିଧାନସଭାରେ ମୈସୁମୀ ଅଧିବେଶନ ।ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତ ବର୍ଷ ଅଧିବେଶନରେ ମୋଟ ୮ ଟି କାର୍ଯ୍ୟ ଦିବସ ରହିଛି । ଏନେଇ ଆଜି ଡିଜିପି ଅଭୟ ବିଧାସଭାର ବାହାର ଓ ଭିତରର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି । ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଦଳ ପାଖରେ ରହିଛି ପୂଜା ପ୍ରସଙ୍ଗ । ସେହିପରି ବିରୋଧୀଙ୍କୁ ଜବାବ ଦେବା ପାଇଁ ସରକାର ମଧ୍ୟ ପ୍ରସ୍ତୁତ ହୋଇଛନ୍ତି ।
ଚଳିତ ଅଧିବେଶନରେ ବ୍ୟାପକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ସୁରକ୍ଷା ଦାୟିତ୍ୱରେ ଡିସିପି, ଏସପି , ଆଇଆଇସି , ଓ ଏସଆଇଙ୍କ ସମେତ କିଛି ବଛାବଛି ଅଫିସରଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି । ରାଜ୍ୟରେ ସମ୍ଭାବ୍ୟ ମରୁଡି ପରିସ୍ଥିତି , କୋଭିଡର ତୃତୀୟ ଲହର , କୋଟିଆ ସୀମା ବିବାଦ , ମାହାଙ୍ଗା ଡର୍ବଲ ମର୍ଡର କେସ , ଶିକ୍ଷକ ଅଭାବ , ଆଇନଶୃଙ୍ଖଳା , ଦୁର୍ନୀତି ଆଦି ପ୍ରସଙ୍ଗକୁ ଧରି ସରକାରଙ୍କୁ ଘେରିବାର ଯୋଜନା କରିଛନ୍ତି ବିରୋଧର ଦଳ ।
କରୋନା ପାଇଁ ପିଏମଜିରେ ଅଧିକ ଭିଡ ପାଇଁ କଟକଣା କରାଯାଇଛି । ଯଦି କେହି ଏହି ନିୟମକୁ ଉଲଘଂନ କରେ ତେବେ ତା ଝପରେ କଠୋର କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି । ପିଏମ୍ଜିରେ କଟକଣା କଟକଣା ଲାଗିବା ସହ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବା ପାଇଁ ୪ ଟି ଅସ୍ଥାୟୀ କଣ୍ଟ୍ରୋଲ ରୁମ ମଧ୍ୟ କରାଯାଇଛି ।