ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟରେ ଦିନକୁ ଦିନ ଖରାର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ସମସ୍ତ ବିଦ୍ୟାଳୟ ସକାଳୁଆ ପାଠପଢା ହେବ । ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲର ପାଠପଡାର ସମୟକୁ ପରିବର୍ତ୍ତନ କରାଯାଇଥିଲା ।
ତେବେ ଏହି ଛାତ୍ରଛାତ୍ରଙ୍କ ପାଠପଢା ସକାଳ ୭ ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ମଧ୍ୟରେ ଶେଷ ହେବ ବୋଲି କୁହାଯାଇଛି । ବିଦ୍ୟାଳୟର ସମୟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଅଭିଭାବକ । ଛାତ୍ରଛାତ୍ରୀମାନେ ୧ ଟା ସମୟରେ ସ୍କୁଲରୁ ଖରାରୁ ଫେରିଲେ ଅଂଶୁଘାତର ଶିକାର ହେବେ ବୋଲି ମୋହନ ମାଝି କହିଛନ୍ତି ।
ସ୍କୁଲ ଗୁଡିକରେ କୋଭିଡ ଗାଇଡ ଲାଇନ ପାଳନ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଅସହ୍ୟ ଖରା ହେଇଥିବା ବେଳେ ପାନୀୟ ଜଳ , ଙଜଝ ପାଖରେ ରଖିବା ପାଇଁ କୁହାଯାଇଛି । ହଠାତ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ବିଶ୍ୱବିଦ୍ୟାଳୟ ବନ୍ଦ ରଖାଯାଇଛି ।