ଖୋର୍ଦ୍ଧା ( ଏଟିଆର ବ୍ୟୁରୋ): ଖଣ ମାଫିଆ କୁଖ୍ୟାତ ଅପରାଧୀ ଶୁଭ୍ରାଶୁଂ ପରିଡା ଓରଫ ଛୋଟାର ବେଆଇନ ଘରକୁ ଆଜି ଉଚ୍ଛେଦ କରାଯାଇଛି । ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତରେ ୨ଟି ଜେସିବି ସାହାଯ୍ୟରେ ଏହି ଘର ସବୁ ଘର ଭଙ୍ଗା ଯାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗରେ ଥିବା ତା’ର ପ୍ରାୟ ୨କୋଟି ଟଙ୍କାର ୨୦ ବଖରା ବିଶିଷ୍ଟ ଘରକୁ ଭଙ୍ଗା ଯାଉଛି । ଯାହାର ମୂଲ୍ୟ ୨ କୋଟି ଟଙ୍କାରୁ ମଧ୍ୟ ଅଧିକ ହେବ ବୋଲି ସୂଚନା ମିଳିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୪ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।
ସୂଚନାଯୋଗ୍ୟ ସରକାରୀ ଜାଗାକୁ ବଳପୂର୍ବକ ଅକ୍ତିଆର କରି ସେଠାରେ ଏକ ଗୃହ ନିର୍ମାଣ କରି ଅପରାଧିକ କାର୍ୟ୍ୟକଳାପ ଚଳାଉଥିବା ଅଭିଯୋଗ ହେଉଥିଲା । ଜିଲ୍ଲା ପ୍ରଶାସନ ତରଫରୁ ଛୋଟାର ସମସ୍ତ ସଂପତ୍ତି ଉପରେ ତଦନ୍ତ କରାଯାଉଥିଲା । ଦୀର୍ଘ ଦିନ ଧରି କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟାକ୍ସ ଫୋର୍ସ (ଏସ୍ଟିଏଫ୍) ଓ୍ୱଣ୍ଟେଡ୍ ତାଲିକାରେ ଥିଲା ଛୋଟା।
ଗତ ସପ୍ତାହରେ ଖୋର୍ଦ୍ଧା କୋର୍ଟରେ ସେ ଆତ୍ମସମର୍ପଣ କରିଥିଲା। ଛୋଟା ଖୋର୍ଦ୍ଧା, ଭୁବନେଶ୍ୱର, ଯାଜପୁର, ପୁରୀ ଓ ଉପକୂଳବର୍ତ୍ତୀ ଜିଲ୍ଲାରେ ବ୍ରାଉନସୁଗାର ବେପାର କରୁଥିଲା। ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୨ଟି ଜେସିବି ସାହାଯ୍ୟରେ ଏହି ଘର ସବୁ ଘର ଭଙ୍ଗା ଯାଉଛି । ଏହି ଘରେ ଛୋଟାର ଦୁଇ ଭାଇ ରହୁଥିବା ବେଳେ ଜିଲ୍ଲା ପ୍ରଶାସନ ଦୁଇଦିନ ପୂର୍ବରୁ ଘର ଛାଡିବାକୁ ନୋଟିସ ଜାରି କରିଥିଲେ ।