ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସାରା ଦେଶ ଏବେ ଲକ ଡାଉନରେ ରହିଛି । କରୋନା ପାଇଁ ଗୋଟେ ପ୍ରକାର ଦେଶରେ ଅଖଚକ ଠକ କହିଲେ ଚଳେ । ପରିସ୍ଥିତି ଏବେ ଏମିତି ହେଲାଣି ଘରୁ ଗୋଡ କାଢିଲେ ପାଦେପାଦେରେ ବିପଦ । ଯାହାଫଳରେ ଏବେ ସାଧାରଣ ଲୋକଙ୍କ ଆର୍ଥିକ ଅବସ୍ଥା ଏକ ପ୍ରକାର ଭୁଷୁଡି ପଡିିଛି । ତେବେ ଏହି ପରିପ୍ରେକ୍ଷୀରେ ଭଗବାନଙ୍କ ସେବା କରି ଜୀବିକା ନିର୍ବାହ କରୁଥିବା ପୂଜକମାନଙ୍କ ଅବସ୍ଥା ମଧ୍ୟ ଖରାପ ହୋଇ ଯାଇଛି ।
ତେବେ ରାଜ୍ୟରେ ଥିବା ପୂଜକ ମାନଙ୍କୁ ରାଜ୍ୟ ସରକାର ୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ସେହିଭଳି ଜଗନ୍ନାଥ ମନ୍ଦିରର ସେବାୟତଙ୍କୁ ରାଜ୍ୟ ସର୍ାରଙ୍କ ୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣାକୁ ଶ୍ରୀ ଷଡଙ୍ଗୀ ସ୍ୱାଗତ କରିଛନ୍ତି । ସେ ଆହୁରି ମଧ୍ୟ ରାଜ୍ୟରେ କେନ୍ଦ୍ର ସରକାରଙ୍କ ଆୟୁସ୍ମାନ ଯୋଜନା ଲାଗୁ କରିବାକୁ କହିଛନ୍ତି ।