ମୟୂରଭଞ୍ଜ (ଏଟିଆର ବ୍ୟୁରୋ); କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁରେ ମୟୂରଭଞ୍ଜ ଜିଲ୍ଲା ଜଜ୍ ଅଦାଲତରେ ମାମଲା ରୁଜୁ ହୋଇଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଧର୍ମେନ୍ଦ୍ରଙ୍କ ନାଁରେ ମାମଲା ଦେଇଛନ୍ତି ସାଂସଦ ରାମଚନ୍ଦ୍ର ହାଁସଦା । ସାଧାରଣ ସଭାରେ ସାଂସଦଙ୍କୁ ଇଙ୍ଗୀତ କରି ମନ୍ତବ୍ୟ ଦେଇଥିଲେ ଧର୍ମେନ୍ଦ୍ର । ଯାହାକି ଏବେ ମହଙ୍ଗା ପଡିଛି । ସାଧାରଣ ସଭାରେ ରାମଚନ୍ଦ୍ରଙ୍କୁ ଇଙ୍ଗୀତ କରି ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ମର୍ମେନ୍ଦ୍ରଙ୍କ ନାଁରେ କୋର୍ଟରେ କେସ କରିଛନ୍ତି ।
ରିପୋର୍ଟ ମୁତାବକ ଗତ ୫ ତାରିଖରେ ମୋଦିଙ୍କ ବାରିପଦା ସାଧାରଣ ସଭାରେ ଧର୍ମେନ୍ଦ୍ର ରାମଚନ୍ଦ୍ରଙ୍କ ବିରୋଧରେ ଆପତି ଜନକ ମନ୍ତବ୍ୟ ଦେଇଥିଲେ । ଯାହାଦ୍ୱାରା ତାଙ୍କର ମାନ ହାନୀ ହୋଇଛି । ତେବେ ରାମଚନ୍ଦ୍ର ପ୍ରଥମେ ପୋଲିସରେ ଅଭିଯୋଗ କରିଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡିନଥିଲା । କେନ୍ଦ୍ରର ମନ୍ତ୍ରୀଙ୍କ ଭୟରେ ପୋଲିସ କୌଣସି ପଦକ୍ଷେପ ନେଇନଥିଲେ ବୋଲି ଅଭିଯୋଗ କରିଛନ୍ତି ରାମଚନ୍ଦ୍ର । ପୋଲିସ ନିରାଶ କରବା ପରେ ଶେଷରେ ବାଧ୍ୟ ହୋଇ ଅଦାଲତର ସହାୟତା ନେଇଥିବା ପ୍ରକାଶ କରିଛନ୍ତି ।