ମାଲକାନଗିରି (ଏଟିଆର ବ୍ୟୁରୋ); ସୁପ୍ରିମକୋର୍ଟଙ୍କ ପରକିୟା ପ୍ରୀତି ଅପରାଧ ନୁହେଁ ରାୟ ଶୁଣାଇବା ପରେ ଗୋଟିଏ ପରେ ଗୋଟିଏ ଅଭାବନୀୟ ଘଟଣା ଲୋକ ଲୋଚନକୁ ଆସୁଛି । ଏହି ପରକିଆ ପ୍ରିତି କରି ନିର୍ଦ୍ଧୁମ ଛେଚା ଖାଇଛନ୍ତି ଜଣେ ଯୁବକ ଏବଂ ମହିଳା । ଉତ୍ୟକ୍ତ ଲୋକ ଉତ୍ତମ ମଧ୍ୟମ ଦେବା ସହିତ ଉଭୟଙ୍କୁ ଖୁଣ୍ଟରେ ବାନ୍ଧି ଦେଇଥିଲେ । ତେବେଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଏମଭି ୪୭ ଅଞ୍ଚଳରେ । ଜଣେ ବିବାହିତ ମହିଳାଙ୍କ ସହିତ ଯୁବକର ପରକିଆ ପ୍ରିତି ଚାଲିଥିଲା । ଏହି ଘଟଣାରେ କେହିବି ଥାନାରେ ଏତଲା ଦେଇ ନାହାଁନ୍ତି ।
ମିଳିଥିବା ସୂଚନା ମୁତବାକ ଏମଭି ୮୩ ଅଞ୍ଚଳର ଜଣେ ଯୁବକ ସହିତ ଏମଭି ୪୭ ଅଞ୍ଚଳର ମହିଳାଙ୍କ ସମ୍ପର୍କ ଗଢ଼ି ଉଠିଥିଲା । ଏଣୁ ଯୁବକ ଜଣକ ସବୁବେଳେ ମହିଳାଙ୍କ ଘରକୁ ଯିବା ଆସିବା କରୁଥିଲେ । ଏମାନେ ଖରାପ ସମ୍ପର୍କ ରଖିଥିବାର ଭିଡିଓ ସ୍ଥାନୀୟ ଅଞ୍ଚଳରେ ଘୁରି ବୁଲୁଥିଲା । ତେବେ ଆଜି ଏମାନେ ଘରେ ଅସଞ୍ଜତ ଅବସ୍ଥାରେ ଥିବା ବେଳେ ଗାଁଲୋକ ଧରି ପକାଇଥିଲେ । ଏବଂ ଉଭୟଙ୍କୁ ନିର୍ଦ୍ଧୁମ ମାଡ ଦେବା ସହିତ ଖୁଣ୍ଟରେ ବାନ୍ଧି ଦେଇଥିଲେ । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ଏହି ଘଟଣାକୁ ନେଇ ଲୋକମାନେ ଟୁପୁରୁ ଟାପୁରୁ ହେଉଛନ୍ତି । ତେବେ ଏହି ଘଟଣା ପୋଲିସ ପାଖରେ ପହଁଞ୍ଚି ନାହିଁ ।