ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନାର ଦ୍ୱିତୀୟ ଲହରି ମଧ୍ୟରେ ବ୍ଲାକ ଫଙ୍ଗସ ଆତଙ୍କ ଜାରି ରହିଛି । କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କୁ ବ୍ୟାପୁଛି ଏହି ବ୍ଲାକ ଫଙ୍ଗସ । କିନ୍ତୁ ଏବେ ଆଶ୍ୱାସ୍ତିକର ଖବର ସାମ୍ନାକୁ ଆସିଛି । ବ୍ଲାକ ଫଙ୍ଗସ ଚିକିତ୍ସା ପାଇଁ ପୋସାକୋନାଜୋଲ ଔଷଧର ଶୁଭାରମ୍ଭ କରିଛି ଫାର୍ମା କମ୍ପାନୀ ଏମଏସଏନ ଲ୍ୟାବ୍ରୋଟୋରିଜ୍ । ଆଣ୍ଟି ଫଙ୍ଗଲ ଔଷଧ ପୋସାକୋନାଜୋଲ ବଜାରକୁ ଆସିବା ପରେ ସଂକ୍ରମିତ ରୋଗୀଙ୍କୁ ଆଶ୍ୱସ୍ତି ମିଳିବ ।
ଏନେଇ କମ୍ପାନୀ କହିଛି କି, ପୋସାୱନ ବ୍ରାଣ୍ଡ ନାମରେ ପୋସାକୋନାଜୋଳ ଔଷଧ ୧୦୦ ଏମଜି ରେ ୩୦୦ ଏମଜି କ୍ଷମତାରେ ଇଂଜେକ୍ସନ ପ୍ରସ୍ତୁତ କରାଯାଇଛି । ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିଜିସିଆଇ) ପକ୍ଷରୁ ଏହି ଓଷଧକୁ ମଞ୍ଜୁରୀ ମିଳିଛି । ବଜାରରେ ଏହି ଔଷଧ ୬୦୦ ଟଙ୍କାରେ ଉପଲବ୍ଧ ସେହିପରି ପ୍ରତି ଇଂଜେକ୍ସନର ଦାମ ୮୫୦୦ ଟଙ୍କା ରହିଛି ।
ସୂଚନାଯୋଗ୍ୟ, କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କୁ ନିଜ କବଳରେ କବଳିତ କରୁଛି ବ୍ଲାକ ଫଙ୍ଗସ । ଏପରିକି ଲୋକେ ଦୃଷ୍ଟି ଶକ୍ତି ହରାଇବା ସହ ଜୀବନ ମଧ୍ୟ ନେଇ ଯାଉଛି ।