ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିର୍ଭୟା ଅଭିଯୁକ୍ତ କରିଥିବା ରାଜକ୍ଷମା ଆବେଦନକୁ ଆଜି ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏବେ ମୁକେଶକୁ ଫାଶୀ ହେବା ଏକ ପ୍ରକାର ନିଶ୍ଚିନ୍ତ ହୋଇଛି । ଅନ୍ୟପଟେ ଏହି ଫାଶୀ ଦଣ୍ଡାଦେଶରୁ ମୁକୁଳିବା ପାଇଁ ମୁକେଶର ସବୁ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ରାଜକ୍ଷମା ବା ଦୟା ଆବେଦନ ଶେଷ ଆଶା ରହିଥିଲା । ଯାହା ଆଜି ଶେଷ ହୋଇଛି । ସୂଚନାଯୋଗ୍ୟ ପୂର୍ବରୁ ମୁକେଶର କ୍ୟୁରିପିଟିସନ ସୁପ୍ରିମ କୋର୍ଟରେ ଖାରଜ ହୋଇ ସାରିଛି ।
ରାଜକ୍ଷମା ପାଇଁ ଆଦେନ କରିଥିବା ମୁକେଶକୁ କ୍ଷମା ନଦେବା ପାଇଁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଥିଲା ଗୃହ ବ୍ୟାପାର ମନ୍ତ୍ରଣାଳୟ । ଜାତୀୟ ଗଣମାଧ୍ୟମର ଖବର ମୁତାବକ ଅମିତ ଶାହା ଏହି ସୁପାରିଶ କରିଥିଲେ । ଅନ୍ୟପଟେ ଫାଶୀକୁ ବିଳମ୍ବ ହେଲେ ଏଥିପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନିର୍ଭୟାଙ୍କ ମା ଦାୟୀ କରିବେ ବୋଲି କହିଛନ୍ତି । ସେ କହିଛନ୍ତି ଦିଲ୍ଲୀ ସରକାର କାହିଁକି ପୂର୍ବରୁ ଜେଲ ପ୍ରଶାସନକୁ ଫାଶୀ ପାଇଁ ନୋଟିସ ଜାରି କରିବାକୁ କହିନଥିଲେ । ଯଦି ଦିଲ୍ଲୀ ନିର୍ବାଚନ ପୂର୍ବରୁ କୌଣସି ନିଷ୍ପତ୍ତି ନଆସେ ଏଥିପାଇଁ ଅରବିନ୍ଦ କେଜ୍ରିୱାଲ ଦାୟୀ ରହିବେ ବୋଲି କହିଛନ୍ତି । ଅନ୍ୟପଟେ ପଟିଆଲା କୋର୍ଟ କହିଛନ୍ତି ରାଜକ୍ଷମା ପାଇଁ ହୋଇଥିବା ଆବେଦନରେ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ନଆସିବା ପର୍ଯ୍ୟନ୍ତ ଫାଶୀ ହୋଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।