ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ମୃତ୍ୟୁ ଆସିବ ମୃତ୍ୟୁ ଯିବ । ଜୀବନ ଆସିବ ଜୀବନ ଯିବ ଏହା ହେଉଛି ନିରାଟ ସତ । କିନ୍ତୁ ମରିବା ଆଗରୁ ଏପରି କିଛି କରିଯାଇଥିବା ଯାହାଦ୍ୱାର ଏ ଦୁନିଆ ସବୁଦିନ ମନେ ପକଉଥିବ । ତେବେ ଏଭଳି ଏକ ଅଭିନବ ପ୍ରୟାସ କରିଛନ୍ତି ‘ମଦର’ ସଂସ୍ଥା । ସ୍ଥାନୀୟ ରେଡକ୍ରସ ଭବନରେ ସଂସ୍ଥା ପକ୍ଷରୁ ଏକ ଅଙ୍ଗଦାନ ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ବହୁ ବୟସ୍କ ବ୍ୟକ୍ତି ସମେତ ଯୁବକ ଯୁବତୀମାନେ ମଧ୍ୟ ଯୋଗ ଦେଇଥିଲେ । ସଭାରେ ଶାଶ୍ୱତୀ ଭୋଳ ମୁଖ୍ୟ ଅତିଥୀ ଭାବେରେ ଯୋଗଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଛନ୍ତି ।
ମେଡିକାଲ ସାଇନ୍ସର ଯାଦୁକରୀ ହାତର କରାମତି କାହାକୁ ବି ଅଛପା ନାହିଁ । ଉପଯୁକ୍ତ ଶଲ୍ୟ ଚିକିତ୍ସା ଦ୍ୱାରା ଶରୀରର ଚକ୍ଷୁ,ଯକୃତ,ବୃକକ,ଅଗ୍ନାଶୟ ଏବଂ ହୃତପିଣ୍ଡ ଇତ୍ୟାଦି ପ୍ରତିରୋପଣ ହେଉଥିବା ବେଳେ ବହୁ ଲୋକ ମୃତ୍ୟୁକୁ ସାମ୍ନା କରୁଛନ୍ତି । ଆଗକୁ ଯେପରି ଏହି ସବୁ ଅସୁବିଧା ନହୁଏ ଏଣୁ ମଦର ପକ୍ଷରୁ ଅଭିନବ ପ୍ରୟାସ କରାଯାଇଛି । ମରିବାଟା ନିଶ୍ଚିନ୍ତ କିନ୍ତୁ ମରିବା ପରେ ମଧ୍ୟ ଯେଉଁ ଅଙ୍ଗ କାମ କରୁଥାଏ ତାକୁ ସ୍ୱଇଛାରେ ଦାନ କରି ଆଉ କାହାର ଜୀବନ ବଞ୍ଚାଇବା ଏହାର ମୁଖ୍ୟ ଲକ୍ଷ ।
ପରିବାର ଲୋକଙ୍କ ସହମତିରେ ଏକ ଡକ୍ୟୁମେଣ୍ଟ ଧରି ବହୁ ବୟସ୍କ ଲୋକ ଏଠାକୁ ଆସିଥିବା ଦେଖିବାକୁ ମିଳିଥିଲା । ନିଜର ତ ଜୀବନ ଚାଲିଯାଉଛି କିନ୍ତୁ ଆଉ କାହାର ଜୀବନ ତ ବଞ୍ଚି ପାରିବ ଏଭଳି ଆଶା ରଖି ବହୁ ବରେନ୍ୟ ବ୍ୟକ୍ତି ଏଠାକୁ ଆସିଛନ୍ତି । ମୃତ୍ୟୁପରେ ମଣିଷର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର ଦାନ ଏବଂ ଏସବୁର ରୋଗୀଠାରେ ପ୍ରତିରୋପଣ ଭାରତ ସରକାରଙ୍କ ମାନବ ଶରୀର ଅଙ୍ଗ ପ୍ରତ୍ୟଙ୍ଗ ଆଇନ ୧୯୯୪ ଆଇନତଃ ସିଦ୍ଧ ଅଟେ ।
ରିପୋର୍ଟ : ଗୁଣନିଧି ବେହେରା