ମୁମ୍ବାଇ(ଏଟିଆର ବ୍ୟୁରୋ): ମୁମ୍ବାଇରେ ଡେଲଟା ପ୍ଲସ ଭାରିଆଣ୍ଟକାରଣରୁ ଜଣେ ମହିଳା ରୋଗୀଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଡେଲଟାପ୍ଲସର ଏହା ପ୍ରଥମ ମୃତ୍ୟୁ ବୋଲି ଜଣାପଡିଛି ।ଏହି ୬୩ ବର୍ଷୀୟ ମହିଳା ଜଣକ ଜୁଲାଇ ୨୭ ରେ କୋଭିଡ ୧୯ ରେ ଡେଲଟା ପ୍ଲସ ଭାରିଆଣ୍ଟ ଦ୍ୱାରା ଆକ୍ରାନ୍ତ ହୋଇ ମୁତ୍ୟୁବରଣ କରିଥିଲେ । ମହିଳା ଜଣକ କୋଭିଡର ଦୁଇଟି ଡୋଜ ନେଇସାରିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଛି । ଏହି ମହିଳା ଜଣକ ମଧୁମେହ ରୋଗ ସମେତ ଅନ୍ୟାନ୍ୟ ରୋଗରେ ପୀଡିତ ଥିଲେ ।
୬୩ବର୍ଷ ବୟସ୍କା ମହିଳା ଜୁଲାଇ ୨୧ରେ କୋଭିଡ -୧୯ ପାଇଁ ପଜିଟିଭ୍ ପରୀକ୍ଷା କରିଥିଲେ ଏବଂ ଜୁଲାଇ ୨୭ରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ବିଏମସି ନିକଟରେ ତାଙ୍କ ଜେନୋମ ସିକ୍ୱେନ୍ସିଙ୍ଗ୍ ରିପୋର୍ଟ ପହଞ୍ଚିଥିଲା, ଯେଉଁଥିରେ ଦର୍ଶାଯାଇଥିଲା ଯେ, ସେ କୋଭିଡ୍ -୧୯ର ଡେଲଟା ପ୍ଲସ୍ ଭାରିଆଣ୍ଟ ଦ୍ବାରା ସଂକ୍ରମିତ ଥିଲେ ।
ଏହି ମହିଳାଙ୍କ ସମେତ ତାଙ୍କ ପରିବାରର ୬ଜଣ ସଦସ୍ୟ ମଧ୍ୟ କୋଭିଡ ୧୯ ରେ ସଂକ୍ରମିତ ହୋଇଥିଲେ । ଜେନୋମ ସିକ୍ୱେନ୍ସିଙ୍ଗ୍ ରିପୋର୍ଟରୁ ଜଣାପଡିଛି ଯେ ୬ ଜଣଙ୍କ ମଧ୍ୟରୁ ୬ ଜଣଙ୍କ ମଧ୍ୟରୁ ୨ ଜଣ ଡେଲଟା ପ୍ଲସ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଓ ଅନ୍ୟ ୪ ଜଣଙ୍କ ରିପୋର୍ଟ ଆସିବା ବାକି ରହିଛି ।