ବଲାଙ୍ଗୀର ( ଏଟିଆର ବ୍ୟୁରୋ): ପ୍ରେମର ଇତିହାସ ସବୁବେଳେ ଲୁହ ଆଉ ଲହୁରେ ଲେଖାଥାଏ । ଏହା ଆମେ କହୁନା ଏହା କୁହେ ଅତୀତର ଇତିହାସ । ଏଭଳି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ତାହା ପୁଣି ପ୍ରେମକୁ ନେଇ । ପ୍ରେମ ପାଇଁ ଏମ ମଣିଷ ଯେ ରାକ୍ଷାସ ହୋଇଯାଏ ତହା ଖାଲି ଶୁଣିବାକୁ କିମ୍ଭା ଟିଭି ପରଦାରେ ଦେଖିବାକୁ ଭଲ ଲଗେ । ଠିକ ସେହିଭଳି ଏକ ଘଟଣା ଘଟିଛି । ବଲାଙ୍ଗୀର ପୁଇଁନ୍ତଳା ଥାନା ଅନ୍ତର୍ଗତ ବେଲବାହାଲି ଗାଁରେ । ପ୍ରେମିକାକୁ ନ ପାଇବାରୁ ଗୋଟେ ପ୍ରେମିକ ତା ପ୍ରେମିକାର ଭାଇକୁ ହତ୍ୟା କରିଛି ।
ସୂଚନା ଅନୁସାରେ ଗତ ୨୯ ତାରିଖ ଦିନ ବରଗଡ ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ କୁଟୁରୁ ପାଲି ଗାଁ ର ଗୋବରଧନ ଗିରି ତାଙ୍କ ଶାଳିଙ୍କୂ ବଲାଙ୍ଗୀର ଇଁନ୍ତଳା ଥାନା ଅନ୍ତର୍ଗତ ଅଙ୍ଖରିଆ ପଦର ଗାଁ କୁ ତାଙ୍କ ଶାଶୁ ଘରକୁ ଛଡିବା କୁ ଆସିଥିଲେ। ପାଖରେ ଥିବା ବେଲବାହଲି ଗାଁରେ ତାଙ୍କ ପିସି ଘର କୁ ବୁଲିବାକୁ ଯାଇଥିଲେ । ପୂର୍ବରୁ ଗୋବରଧନଙ୍କ ଦୁଇ ଭଉଣୀଙ୍କୁ ତାଙ୍କ ପିଉସୀ ପୁଅ ନାନୁ ସନ୍ୟାସୀ ଓ ଅଗନୀ ସନ୍ୟାସୀ ଭଲ ପାଉଥିଲେ । ସେହିଦିନ ସନ୍ଧ୍ୟାରେ ଗୋବର୍ଦ୍ଦନଙ୍କ ପଉସୀ ପୁଅ ନାନୁ ଓ ଅଗନୀ ଗୋବର୍ଦ୍ଧନଙ୍କୁ ମଦ ପିଆଇବା ପାଇଁ ମଦ ଭାଟିକୁ ନେଇଥିଲେ ।
ସେଠାରେ ଗାଁ ମଝିରେ ଥିବା ଏକ ବରଗଛ ମୂଳେ ବସି ସେମାନେ ମଦ ପିଇଥିଲେ । ମଦ ପିଇବା ପରେ ଗୋବର୍ଦ୍ଧନଙ୍କ ଭଉଣୀ ବାହା ଘରକୁ ନେଇ କଥା ପଡିଥିଲା । କାହିଁକି ସେ ଭଉଣୀକୁ ତାଙ୍କ ସହିତ ବିବାହ ଦେଲେ ନାହିଁ ବୋଲି କଥା ପଡିଥିଲା । ଯେଉଁଥିରେ ଗୋବର୍ଦ୍ଧନ ରାଗି ଯାଇ ସେ ଦଉି ଭାଇଙ୍କୁ ଚାପୁଡା ମାରିଥିଲେ । ଦୁଇ ଭାଇ ପ୍ରତିଶୋଧ ପରାୟଣ ହୋଇ ପରେ ଦୁହେଁ ରାଗିକି ପଥରରେ ମାରିଥିଲେ ଗୋବର୍ଦ୍ଧନକୁ। ଗୋବର୍ଦ୍ଧନ ବାଇକ କୁ ତାଙ୍କ ଉପରେ ଚଢାଇ ଦେଇଥିଲେ। ଘଟଣାସ୍ଥଳରୁ ଦୁହେଁ ଫେରାର ମାରିଥିଲେ।
ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ଅବସ୍ଥାରେ ଗୋବର୍ଦ୍ଧନକୁ ଉଦ୍ଧାର କରି ବଳାଙ୍ଗୀର ଭୀମଭୋଇ ଭେଡିକାଲ କଲେଜ ହସ୍ପିଟାଲ କୁ ପଠାଇଥିଲା। ତେବେ ଗତ କାଲି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ନାନୁ ଓ ଅଗନୁକୁ ପୋଲିସ ଗିରଫ କରିବା ସହ ପଚରାଉଚୁରା କରୁଛି ।