ଆଠଗଡ ( ଏଟିଆର ବ୍ୟୁରୋ): ସାମାନ୍ୟ ଏକ ବାଇକ ପାର୍କିଂକୁ ନେଇ ଆଠଗଡ ରେଗେଡା ଗାଁରେ ହୋଇଛି ହତ୍ୟାକାଣ୍ଡ । ମୃତକ ମନୋଜ ଏବଂ ତାଙ୍କର ୩ ସାଙ୍ଗ ପାଖ ଗାଁକୁ ଯାତ୍ରା ଦେଖିବାକୁ ଯାଇଥିଲେ । ସେଠାରେ ଗାଡି ପାର୍କିଂ କରିବାକୁ ନେଇ ଉକ୍ତ ଗାଁର କିଛି ଯୁବକଙ୍କ ସହିତ ଏମାନଙ୍କର ପାତିତୁଣ୍ଡ ହୋଇଥିଲା । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ ତିବ୍ର ହେବାରୁ ସେମାନେ ମନୋଜକୁ ମାରି କୁଅରେ ପକାଇ ଦେଇଥିବା ମନୋଜଙ୍କ ସହିତ ଯାଇଥିବା ତାଙ୍କର ସାଙ୍ଗ ଅଭିଯୋଗ କରିଛନ୍ତି ।
ତେବେ ଘଟଣାକୁ ନେଇ ଉଭୟ ଗାଁରେ ବର୍ତ୍ତମାନ ଚାପା ଉତ୍ତେଜନା ଦେଖା ଦେଇଛି । ଘଟଣାରେ ମୃତ ହୋଇଥିବା ବ୍ୟକ୍ତି ହେଉଛନ୍ତି ମନୋଜ କୁମାର ନାୟକ । ମନୋଜଙ୍କ ଘର ପାଖ ନିଆଁଖୁଣ୍ଟା ଗାଁ ରେ । ଅଭିଯୋଗ ପରେ ଘଟଣା ସ୍ଥଳରେ ପୁୂଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ କେବଳ ଗାଡି ପାକିଂକୁ କେନ୍ଦ୍ର କରି ଝଗଡା ହୋଇଥିଲା କି ପୂର୍ବ ଶତୃତାକୁ ନେଇ ହତ୍ୟା କରାଯାଇଥିବା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅଧିକ ସୂଚନା ପାଇଁ ପୁଲିସ ଉଭୟ ଗ୍ରାମରେ ପଚରା ଉଚରା ଆରମ୍ଭ କରିଛି ।