ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଆମେରିକାର ରାଷ୍ଟ୍ରପତି ତଥା ଜୋ ବିଡେନ ଓ ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ବିଶ୍ୱର ଶକ୍ତିଶାଳୀ ଦୁଇ ନେତାଙ୍କୁ ଟ୍ୱିଟ ଜରିଆରେ ଶୁଭେଚ୍ଛା ଜଣାଇବା ସହ ଆମେରିକାର ଅତ୍ୟଧିକ ପ୍ରଗତି ନେଇ ସେ ଆଶାବାଦୀ ଅଛନ୍ତି ବୋଲି ଉଲ୍ଲେଖ କରିଛନ୍ତି । ସେହିପରି ଆମେରିକାରେ ପୁଣିଥରେ ଶାନ୍ତି ଫେରିବ ଓ ଭାରତ ଆମେରିକା ସଂପର୍କ ଆହୁରି ମଜଭୁତ ହେବ ବୋଲି ସେ ଆଶା କରିଛନ୍ତି ।
କମଳା ହ୍ୟାରିସ ଆମେରିକାର ଉପରାଷ୍ଟ୍ରପତି ପଦବୀ ଗ୍ରହଣ କରିବା ନେଇ ଶୁଭେଚ୍ଛା ଜଣାଇଛନ୍ତି । ୫୬ ବର୍ଷୀୟ କମଲା ହ୍ୟାରିସ ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରି ଇତିହାସ ସୃଷ୍ଟି କରିଛନ୍ତି । ଆମେରିକା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜନ୍ ରବର୍ଟସ୍ ବିଡେନଙ୍କୁ ଶପଥ ଗ୍ରହଣ କରାଇଥିବା ବେଳେ ସୁପ୍ରିମକୋର୍ଟର ବିଚାରପତି ସୋନିଆ ସୋଟୋମେୟର କମଲାଙ୍କୁ ଶପଥ ଗ୍ରହଣ କରାଇଛନ୍ତି ।