ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ହୀରାକୁୂଦ ଜଳଭଣ୍ଡାର ନିଶିଦ୍ଧାଞ୍ଚଳରେ ସୁଟ ହୋଇଥିବା ଭିଡିଓ ଭାଇରାଲ ଘଟଣାରେ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ କହିଛନ୍ତି ସେ ଭିଡିଓ ମୁଁ ଦେଖିନି । ଯିଏ ଭିଡିଓରେ ଥିଲା ତାକୁ ପଚାରନ୍ତୁ । ମୋ ଝିଅ ଗ୍ରୋନ ଅଫ ଗାର୍ଲ । ଆଇନ ତାବ ବାଟରେ ଯିବ । ପୂର୍ବରୁ ଏହି ଘଟଣାରେ ପ୍ରତିକ୍ରିୟା ରଖି ସାରିଛନ୍ତି ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟ । ସେ କହିଛନ୍ତି ସେ ଭିଡିଓ ସୁଟ କରିନାହାନ୍ତି । ସେ ଭିଡିଓ ସୁଟ ବେଳେ ସତର୍କ ନଥିଲେ । ଆଗକୁ ଆଉ ଏମିତି ଭୁଲ ହେବ ନାହିଁ । ସମସ୍ତ ପୋଲିସ ତଦନ୍ତରେ ସେ ସହଯୋଗ କରିବେ ବୋଲି କହିଛନ୍ତି ।
ସେହିଭଳି ଅଭିନେତ୍ରୀ ପ୍ରକୃତି ମିଶ୍ର କହିଛନ୍ତି ଅନୁମତି ନେଇ ସେଠାକୁ ଯାଇଥିଲୁ । କିନ୍ତୁ ସେଠାରେ ଫଟୋ ଭିଡିଓ ମନା ବୋଲି ଜାଣିନଥିଲୁ । ଆମେ ତ ଛୁଆ ମାନେ । ଖୁସୀରେ ଫଟୋ ଉଠାଇ ଦେଇଥିଲି । ତେବେ ଯାହା ହୋଇଛି ଭୁଲ ହୋଇଛି ଭବିଷ୍ୟତରେ ଏମିତି ହେବ ନାହିଁ ବୋଲି ପ୍ରକୃତି କହିଛନ୍ତି । ସୂଚନାଯୋଗ୍ୟ ଏହି ଭିଡିଓରେ ଅଭିନେତ୍ରୀ ଏଲିନା ,ଅଭିନେତ୍ରୀ ପ୍ରକୃତି ମିଶ୍ର, ଲୋଭିନା ନାୟକ ଓ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଝିଅ ଦୀପାଲି ଦାସଙ୍କୁ ଦେଖିବାକୁ ମିଳିଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ସମ୍ବଲପୁର ଏସପି କନୱାର ବିଶାଳ ସିଂ ହୀରାକୁଦ ଏସଡିପିଓଙ୍କୁ ଜବାବତଲବ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ମିଳିବା ପରେ ପରବର୍ତ୍ତୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି ।