ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପର ଟିକେଟ ପାଇବା ପାଇଁ ସମସ୍ତେ ଆଶା ବାନ୍ଧି ବସିଛନ୍ତି । ଆସନ୍ତାକାଲି ଠାରୁ ଅନଲାଇନରେ ମିଳିବା ପାଇଁ ହକି ଇଣ୍ଡିଆ ଘୋଷଣା କରିଥିବା ବେଳେ ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ପ୍ରଥମ ଟିକେଟ କିଣିଛନ୍ତି । ସଚିବାଳୟରେ ହକି ଇଣ୍ଡିଆର କର୍ତ୍ତୃପକ୍ଷ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ହକି ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନ ପ୍ରତିକାମକ ଟିକେଟ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ଟିକେଟ ମୂଲ୍ୟ ୫୦୦ ଟଙ୍କା ପ୍ରଦାନ କରିଥିଲେ । ଏଣୁ ମୁଖ୍ୟମନ୍ତ୍ରୀ ହେଉଛନ୍ତି ପ୍ରଥମ ଟିକେଟ ହିତାଧିକାରୀ ।
ନଭେମ୍ବର ୨୭ ଏବଂ ୨୮ରେ ହେବାକୁତିବା ଉଦଘାଟନୀ ଉତ୍ସବ ପାଇଁ ଆସନ୍ତା କାଲି ଠାରୁ ଦିନ ୧୨ଟାରୁ ଟିକେଟ ବିକ୍ରି ହେବ । ଭୁବନେଶ୍ୱରରେ ହେବାକୁଥିବା ଉଦଘାଟନୀ ଉତ୍ସବ ପାଇଁ ୧୨ ହଜାର ଟିକେଟ ବିକ୍ରି ହେବାର ଅଛି । ଏବଂ ଏହି ଟିକେଟର ମୂଲ୍ୟ ୫୦୦ ଶହ ରଖାଯାଇଛି । ସେହିଭଳି କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ଉତ୍ସବ ପାଇଁ ୩୦ ହଜାର ଟିକେଟ ବିକ୍ରି ହେବ ବୋଲି ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି । ଏଠାରେ ସର୍ବଦିମ୍ନ ଟିକେଟର ମୂଲ୍ୟ ୧୦୦ ଥିବା ବେଳେ ଅଲଗା କିଛି ଟିକେଟର ମୂଲ୍ୟ ୫୦୦ ଟଙ୍କା ରହିଛି । ଟିକେଟ କିଣିବା ପାଇଁ ଫୁଲ ଆଗ୍ରହରେ ଅନେଇ ବସିଛନ୍ତି ହକି ପ୍ରେମୀ । ନିକଟରେ ଟିକେଟ ସରିଯାଇଥିବା ସୂଚନା ଦେବା ପରେ ଷ୍ଟାଡିୟମରେ ବ୍ୟାପକ ଭଙ୍ଗାରୁଜା ହୋଇଥିବା ଦେଖିବାକୁ ମିଳିଥିଲା ।