ପୁରୀ(ଏଟିଆର ବ୍ୟୁରୋ):ଅତି ଦୁର୍ଲ୍ଲଭ ହୋଇଥାଏ ନାଗାର୍ଜୁୂନ ବେଶ । ଆଜି ହେଉଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ଶ୍ରୀ କୃଷ୍ଣ ଭଗବାନଙ୍କ ର ଅନେକ ଲୀଳା ରହିଛି । ସେହି ଲୀଳା ଭିତରୁ ଆଜି ହେଉଛି ଗୋଟିଏ ଲୀଳା ।ଏଥିରେ ଶ୍ରୀ ଜଗନ୍ନାଥ ଓ ବଳଭଦ୍ର ନାଗା ବେଶରେ ଶୃଙ୍ଗାର ହୋଇଥାନ୍ତି ।କାର୍ତ୍ତିକ ମାସ ପଞ୍ଚୁକ ର ମଳ ତିଥିରେ ହୁଏ ଏହି ବେଶ ।
ଦୀର୍ଘ ୨୬ ବର୍ଷ ପରେ ପଡ଼ିଛି ଏହି ବେଶ ।ଶେଷ ଥର ପାଇଁ ୧୯୯୫ ମସିହାରେ କରାଯାଇଥିଲା ।ପଞ୍ଚୁକ ୬ଦିନ ପଡ଼ୁଥିବା ବର୍ଷରେ ହୁଏ ନାଗାର୍ଜୁନ ବେଶ ।ଚଳିତ ବର୍ଷ କରୋନା କଟକଣା ଯୋଗୁ ପ୍ରଭୁଙ୍କଣ ଏହି ବେଶ ଦର୍ଶନରୁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ ।ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ବେଶର ତାତ୍ପଯ୍ୟ ?
ସବୁ ବେଳେ ଶ୍ରୀ କୃଷ୍ଣ ଅଂହକାରକୁ ଖଣ୍ଡନ କରିବାକୁ ବିଭିନ୍ନ ଅବତାର ନେଇଥାନ୍ତି ।ଆଉ ଏହି ଅବତାରର ସେ ପାଣ୍ଡବ ଅର୍ଜୁନଙ୍କ ଅଂହକାରକୁ ଖଣ୍ଡନ କରିଛନ୍ତି । ଆଉ ନାଗାର୍ଜୁନ ବେଶ ରୂପରେ ଧରାପୃଷ୍ଠରେ ଅବତରଣ କରିଛନ୍ତି । ନାଗାର୍ଜୁନ ହେଉଛନ୍ତି ପାଣ୍ଡବ ପୁତ୍ର ଅର୍ଜୁନ ଏବଂ ବାସୁକୀଙ୍କ ନାଗକୂଳର କନ୍ୟା ସନ୍ଧ୍ୟାବଳୀ ପୁତ୍ର ଥିଲେ ।
ପାତାଳ ଲୋକରେ ଥିବା ବେଳେ ଅର୍ଜୁନଙ୍କ ସହ ବାସୁକୀ କନ୍ୟା ସନ୍ଧ୍ୟାବଳୀଙ୍କ ସହ ପ୍ରେମ ସଂପର୍କ ଗଢି ଉଠିଥିଲା । ଦୁହିଁଙ୍କ ଔରସରୁ ନାଗାର୍ଜୁନ ଜନ୍ମ ଗ୍ରହଣ କରିଥିଲେ । ଭଗବାନଙ୍କ ଏହି ଅବତାରରେ ହିଁ ସେ ପାଣ୍ଡବ ପୁତ୍ର ଅର୍ଜୁନଙ୍କୁ ବଦ୍ଧ କରିଥିଲେ ।
ପୃଥିବୀରେ ଶ୍ରୀକୃଷ୍ଣଙ୍କ ବ୍ୟତୀତ ଅନ୍ୟ କାହାଦ୍ୱାରା ଅର୍ଜୁନ ପରାସ୍ତ ହେବେ ନାହିଁ ବୋଲି ତାଙ୍କର ଦ୍ରୁଢ ଧାରଣା ଥିଲା । ଏହି ଅଂହକାର ଦୂରୀଭୂତ କରିବା ପାଇଁ ଶ୍ରୀକୃଷ୍ଣ ନାଗାର୍ଜୁନ ରୂପରେ ଅର୍ଜୁନ ପରାସ୍ତ କରିଥିଲେ ବୋଲି ପ୍ରବୋଧନା ଦେଲେ । କିନ୍ତୁ ଅର୍ଜୁନ ଏହି ପ୍ରବୋଧନାରେ ଶାନ୍ତ ନ ହେବାରୁ ଶ୍ରୀକୃଷ୍ଣ ନାଗାର୍ଜୁନ ରୂପରେ ସମସ୍ତଙ୍କ ସମ୍ମୁଖରେ ଆବିର୍ଭାବ ହୋଇଥିଲେ ।
ଅର୍ଜୁନ ନିଜ ପୁତ୍ରଠାରେ ସଖା ଶ୍ରୀକୃଷ୍ଣଙ୍କୁ ଏବଂ ସଖା ଶ୍ରୀକୃଷ୍ଣଠାରେ ପୁତ୍ର ନାଗାର୍ଜୁନକୁ ଦେଖି ଆଶ୍ଚର୍ୟ୍ୟ ହେବା ସଂଗେ ସଂଗେ ନିଜକୁ ଧନ୍ୟ ମଣିଲେ । ପିତା ପୁତ୍ର ଆନନ୍ଦରେ ପରସ୍ପରକୁ କୋଳାଗ୍ରତ କଲେ । ସ୍ୱର୍ଗରୁ ଦେବତାମାନେ ନାଗାର୍ଜୁନ ଉପରେ ପୁଷ୍ପବ୍ରୁଷ୍ଟି କଲେ । ଏହି ଏୈଶ୍ୱର୍ୟ୍ୟ ଲୀଳାର ସ୍ମାରକୀ ହେଉଛି ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ।