ଭୁବନେଶ୍ୱର(ଏଟିଆର ବ୍ୟୁରୋ):ନନ୍ଦନକାନନରେ ନୂଆ ଅତିଥି ଆସିଛି । ଛତିଶଗଡରୁ ନନ୍ଦନକାନନକୁ ୪ଟି ଅଣ୍ଡିରା ସିଂହ ଆସିଛନ୍ତି । ତେବେ ୪ଟି ସିଂହ ଆସିବା ପରେ ସିଂହ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରେ ୭ଟି ମାଇ ଓ ୮ଟି ଅଣ୍ଡିରା ସିଂହ ଅଛନ୍ତି ।ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ବିଳାସପୁର କାନନପେଣ୍ଡାରୀ ଚିଡିଆଖାନାରୁ ୪ଟି ଏସିଆଟିକ୍ ଅଣ୍ଡିରା ସିଂହ ଆସିଛନ୍ତି। ବଦଳରେ ୫ଟି ବିଲୁଆ ନନ୍ଦନକାନନରୁ କାନନପେଣ୍ଡାରୀ ଚିଡିଆଖାନାକୁ ଯାଇଛନ୍ତି ।
ଅନ୍ୟପଟେ ଗତକାଲି ବିଲମ୍ବିତ ରାତିରେ କଲରାପତରିଆ ବାଘ ସୁରଜର ମୃତ୍ୟୁ ହୋଇଛି । ୨୦୦୪ ମସିହାରେ ସୁରଜକୁ ଭଞ୍ଜନଗର ଜଙ୍ଗଲରୁ ବନବିଭାଗ ପକ୍ଷରୁ ଉଦ୍ଧାର କରାଯାଇ ନନ୍ଦନକାନନ ଅଣାଯାଇଥିଲା । ତେବେ ବହୁ ଦିନ ଧରି ସୁରଜ ପେଟ ରୋଗରେ ପିଡୀତ ଥିଲା । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ସୁରଜର ମୃତ୍ୟୁ ହୋଇଛି । ସୁରଜର ଅନୁମାନିକ ବୟସ ୧୫ ବର୍ଷ ହେବ । ସୁରଜର ମୃତ୍ୟୁ ପରେ ନନ୍ଦନକାନନରେ କଲରାପତରିଆ ବାଘ ସଂଖ୍ୟା ୬କୁ ହ୍ରାସ ପାଇଛି ।