ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ପାଇଁ ଦୀର୍ଘ ୭ ମାସରୁ ଅଧିକ ଦିନ ହେବ ବନ୍ଦ ରହିଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆଜିଠୁ ଖୋଲିଛି । ପର୍ଯ୍ୟଟକଙ୍କ ପାଇଁ ଆଜି ସକାଳ ୮ଟାରୁ ଖୋଲା ହୋଇଛି ନନ୍ଦନକାନନ । କାଉଣ୍ଟର ଏବଂ ଅନଲାଇନ ଜରିଆରେ ଟିକେଟ ବିକ୍ରି କରାଯାଉଛି । କିନ୍ତୁ ପ୍ରାଣୀ ଉଦ୍ୟାନକୁ ପ୍ରବେଶ ପାଇଁ ଅନେକ କଟକଣା ରହିଛି । ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ପର୍ଯ୍ୟଟଙ୍କ ମାନଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି ।
ସେହିପରି ପ୍ରାଣୀ ଉଦ୍ୟାନ ଭିତରକୁ ପ୍ରବେଶ କଲା ବେଳେ ପର୍ଯ୍ୟଟଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ । କୌଣସି ଥଣ୍ଡା ଓ ଜ୍ୱର ଥିବା ବ୍ୟକ୍ତିଙ୍କୁ ଭିତରକୁ ଯିବା ପାଇଁ ଅନୁମତି ମିଳିବ ନାହିଁ । ସେହିପରି ପର୍ଯଟକମାନେ ଉଦ୍ୟାନ ଭିତରେ ଜୀବନ ଜନ୍ତୁଙ୍କୁ ଦେଖିବା ସମୟରେ ବ୍ୟାରିକେଟ ଠାରୁ ଏକ ଫୁଟ ଦୂରତା ରକ୍ଷା କରି ଜୀବଯନ୍ତୁଙ୍କୁ ଦେଖିବେ । ଉଦ୍ୟାନ ବୁଲିବା ପାଇଁ ଦୈନିକ ୧୮୦୦ ପର୍ଯ୍ୟଟକଙ୍କୁ ଅନୁମତି ମିଳିବ ।