ପୁରୀ(ଏଟିଆର ବ୍ୟୁରୋ): ଆଜି ଶ୍ରୀମନ୍ଦିରରେ ନନ୍ଦ ଉତ୍ସବ ।ଉତ୍ସବ ।ରାମକୃଷ୍ଣ ଓ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ମୋହନ ଆଜି ମଙ୍ଗଳାଳତି ପରେ ଜନମୋହନକୁ ଆସି ଦୋଳିରେ ଝୁଲିବାରେ ପରମ୍ପରା ରହିଛି । ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ ପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରାଙ୍କ ନିକଟରେ ଷଠି ଓ ମାର୍କଣ୍ଡି ପୂଜା ହେବ । ।
ମଙ୍ଗଳାଳତି ପରେ ମହାଜନ ସେବାୟତ ଏହି ନୀତି କରିଥାନ୍ତି । ପରେ ଜଗନ୍ନାଥଙ୍କ ନିକଟରେ ସଠି ଓ ମାର୍କଣ୍ଡି ପୂଜା କରାଯାଏ । କୋଭିଡ କଟକଣା ଯୋଗୁଁ ନିରାଡମ୍ବର ଭାବେ ସମସ୍ତ ନୀତି ପାଳନ କରାଯାଉଛି । ଅନ୍ୟପଟେ ସଟଡାଉନ ଯୋଗୁଁ ଗତ ଶନିବାର , ରବିବାର , ଓ ଗତକାଲଇ ଜନ୍ମାଷ୍ଟାମୀ ପାଇଁ ଶ୍ରୀମନ୍ଦିର ୩ ଦିନ ବନ୍ଦ ରହିଥିଲା ।ଆଜି ପୁଣି ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର ।