କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ): ବିଜେପିର ଲୋକପ୍ରିୟତାରେ ବିଜେଡି ବିଚଳିତ ହୋଇପଡିଛି । ୫ ବର୍ଷରେ କେନ୍ଦ୍ର ଉପରେ କଳଙ୍କ ଲାଗିନି । ପୂର୍ବ ନିର୍ବାଚନରେ ଏମିତି ଦେଖିବାକୁ ମିଳିନଥିଲା । ଓଡିଶାର ଜନତା ରାଜନେତାଙ୍କ ଠାରୁ ବିଜ୍ଞ ବୋଲି ଆଜି କେନ୍ଦ୍ରାପଡା ବାରୁଅ ଠାରେ ଆୟୋଜିତ ବିଜେପି ବିଜୟ ସକଳ୍ପ ସମାବେଶରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ବିଜେପିକୁ ଟାର୍ଗେଟ କରି ଆହୁରୀ ମଧ୍ୟ କହିଛନ୍ତି ଓଡିଶାରେ ସରକାର ବଦଳିବା ଦରକାର । ବ ର୍ତ୍ତମାନ ବିଜେଡିର ନିଦ ହଜିଯାଇଛି ଯେଁଉଥି ପାଇଁ ବିଜେପି କର୍ମୀ ମାନଙ୍କ ଉପରେ ଆକ୍ରମଣ ହେଉଛି ।
ଏଥର ବିଜେଡି କ୍ଷମତାଚ୍ୟୁତ ହେବା ଥୟ ବୋଲି ମୋଦି ନିଜ ବକ୍ତବ୍ୟରେ ଦୃଢକ୍ତି ପ୍ରକାଶ କରିଛନ୍ତି । ଡବଲ ଇଞ୍ଜିନ ବିନା ରାଜ୍ୟର ବିକାଶ ଅସମ୍ଭବ ବୋଲି ମୋଦି ନିଜ ଅବିଭାଷଣରେ କହି ସିଧା ବିଜେଡିକୁ ଟାର୍ଗେଟ କରିଛନ୍ତି । ଓଡିଶାରେ ଏହା ମୋର ଶେଷ ନିର୍ବାଚନ ସଭା । ଓଡିଶାରେ ନୂଆ ସରକାର ହେଲେ ପୁଣି ଆସିବି ବୋଲି ମୋଦି ଭୋଟରଙ୍କୁ ପ୍ରତିଶୃତି ଦେଇଛନ୍ତି ।
ଆଜିର ଏହି ସଭାରେ କେନ୍ଦ୍ରାପଡା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ସାଲେପୁର ବିଧାନସଭା ପ୍ରାର୍ଥୀ ପ୍ରକାଶ ବେହେରା, ମାହାଙ୍ଗା ବିଧାନସଭା ପ୍ରାର୍ଥୀ ଶାରଦା ପ୍ରଧାନ, କେନ୍ଦ୍ରାପଡା ପ୍ରାର୍ଥୀ ସୁନାକର ବେହେରା, ଆଳି ବିଧାନସଭା ପ୍ରାର୍ଥୀ ଦୋଳ ଗୋବିନ୍ଦ ନାୟକ, ମହାକାଳପଡା ବିଧାୟକ ପ୍ରାର୍ଥୀ ବିଜୟ ପ୍ରଧାନ , ରାଜନଗର ବିଧାୟକ ପ୍ରାର୍ଥୀ ଅଲେଖ ଜେନା, ପାଟକୁରା ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର, ବରିଷ୍ଠ ରାଜନେତା ଦାମଦୋର ରାଉତ, ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ, ବିଜେପି ତେତା କନକ ବର୍ଦ୍ଦନ ସିଂହ ଦେଓ , ରାଜ୍ୟସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।