ବଲାଙ୍ଗୀର ( ଏଟିଆର ବ୍ୟୁରୋ): ବଲାଙ୍ଗୀରରେ ବିଭିନ୍ନ ସମଓ୍ୟାକୁ ନେଇ ଏକ ସାମ୍ବାଦିକ ସମ୍ମଳନୀରେ ପ୍ରଶାସନକୁ ଘେରିଛନ୍ତିି ନରସିଂହ ମିଶ୍ର । ଚଳିତ ବର୍ଷ ବଲାଙ୍ଗୀରରେ ହୋଇଥିବା ଜଳ ସମସ୍ୟାକୁ ନେଇ ତାତିଛନ୍ତି ନରସିଂହ । ଖାଲି ପାଣି ନୂୁହେଁ ଲୋୟର ସୁକତେଲ ପାଇଁ ମଧ୍ୟ ପ୍ରଶ୍ନ କରିଛନ୍ତି । ବାଇପାସ କାମ ଓ ଲୋୟର ସୁକତେଲ କାମ କାହଁକି ଅଟକିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ୨୦୧୪ ମସିହାଠାରୁ ଜିଲ୍ଲାରେ ଜଳ ସମସ୍ୟା ନଥିଲା ମାତ୍ର ଏବେ ପୁଣି ସେହି ସମସ୍ୟା ଜିଲ୍ଲାରେ ଦେଖା ଦେଇଛି ।
ଯାହାକୁ ନେଇ ସେ ଉଭୟ ପ୍ରଶାସନ ଓ ସରାକାରଙ୍କୁ ସମାଲୋଚନା କରିଛନ୍ତି । ଏସବୁ ପାଇଁ କେବଳ ରାଜ୍ୟ ସରକାର ଦାୟୀ ବୋଲି ସେ ରୋକଠୋକ କହିଛନ୍ତି । ସେହିଭଳି ଜିଲ୍ଳାରେ ସ୍କୁଲ କଲେଜରେ ଅଧ୍ୟାପକ ପଦବୀ କାହିଁକି ଖାଲି ରହିଛି ସେ ନେଇ ମଧ୍ୟ ଶ୍ରୀ ମିଶ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସହରରେ ରାସ୍ତା ସମସ୍ୟା ଓ ଟ୍ରାଫିକ ସମସ୍ୟା ରହିଥିବା ବେଳେ ଅନେକ ପ୍ରକଳ୍ପ ବନ୍ଦ ହୋଇ ରହିଛି ଯାହାର ଜବାବ ସାଧାରଣ ଜନତା ନିର୍ବାଚନ ଫଳାଫଳ ୨୩ ରେ ବାହାରିବା ପରେ ଲୋକ ଦେବେ ବୋଲି ସେ କହିଛନ୍ତି ।
ସେହିଭଳି ଏହି ସମସ୍ୟାର ଯଦି ତୁରନ୍ତ ସମାଧାନ ନ ହୁଏ ତେବେ ଏନେଇ ତୀବ୍ର ଆନ୍ଦୋଳନ ହେବ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି । ତେବେ ନିର୍ବାଚନ ଫଳାଫଳକୁ ଆଉ ଅଳ୍ପ ଦିନ ବାକି ରହିଥିବା ବେଳେ ବଲାଙ୍ଗୀରରେ ରାଜନୈତିକ ପାଣିପାଗ ଟିକେ ଥଣ୍ଡା ପଡିଥିବା ବେଳେ ଶ୍ରୀ ମିଶ୍ରଙ୍କ ଏହି ପ୍ରତିକ୍ର୍ରିୟା ପୁଣି ମାହୋଲକୁ ସରଗରମ କରିଛି ।