ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ସଫଳ ହୋଇଛି ନାସାର ମଙ୍ଗଳ ଅଭିଯାନ । ଆମେରିକା ମହାକାଶ ସଂସ୍ଥା ‘ନାସା’ ଫେବ୍ରୁଆରୀ ୧୮ ତାରିଖ ରାତି ନିଜର ମାର୍ସ ପର୍ସିଭରେନ୍ସ ‘ରୋଭର’ କୁ ଜେଜେରୋ କ୍ରେଟରରେ ସଫଳତାର ସହ ଅବତରଣ କରିଛି । ଆମେରିକା ମଙ୍ଗଳ ଗ୍ରହରେ ସର୍ବାଧିକ ରୋଭର ପଠାଇଥିବା ରାଷ୍ଟ୍ରମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି ।
ଏହି ରୋଭର ମଙ୍ଗଳ ଗ୍ରହର ସବୁଠାରୁ ବିପଦପୂର୍ଣ୍ଣ ସ୍ଥାନରେ ଅବତରଣ କରିଛି । ଏହି ରୋଭରକୁ ମଙ୍ଗଳ ଗ୍ରହକୁ ପଠାଇବାର ଲକ୍ଷ୍ୟ ହେଉଛି ପୂରାତନ ଜୀବନ ସମ୍ପର୍କରେ ତଥ୍ୟ ହାସଲ କରିବା ଓ ମାଟି ଓ ପଥରର ନମୁନା ଆଣି ପୃଥିବୀ ପୃଷ୍ଠକୁ ଫେରାଇ ଆଣିବା । ପୁର୍ବରୁ ନାସା ପକ୍ଷରୁ ମଙ୍ଗଳ ପୃଷ୍ଠରେ ୪ ଟି ରୋଭର ଅବତରଣ କରାଯାଇଥିଲା ।
ଜେଜେରା କ୍ରେଟରରେ ଗଭୀର ମାଟି , ବାଲି , ପାହାଡ ଓ ପଥର ରହିଛି । କୁହାଯାଏ ଜେଜେରା କ୍ରେଟରରେ ପୁର୍ବରୁ ନଦୀ ପ୍ରବାହିିତ ହେଉଥିଲା । ପରବର୍ତ୍ତୀ ସମୟରେ ପଙ୍ଖା ଆକୃତିର ତ୍ରିକୋଣୀୟ ଭୂମି ପାଲଟିଯାଇଥିଲା । ଆଶା କରାଯାଉଛି କି ସେଠାରେ ଜୀବଜନ୍ତୁ ବାସ କରୁଥିବାର ସମ୍ଭାବନା ରହିଛି । ଏହି ରୋଭର ମଙ୍ଗଳରେ ୧୦ ବର୍ଷ କାମ କରିପାରିବ । ଏହି ରୋଭରର ୧୦ ଫୁଟ ବିଶିଷ୍ଟ ରୋବୋଟିକ ବାହୁ, ୨୩ ଟି କ୍ୟାମେରା ରହିଛି ।