ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜନତା ମୈଦାନରେ ଆରମ୍ଭ ହୋଇଯାଇଛି ୧୮ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଳାର ଶୁଭାରମ୍ଭ କରିଛନ୍ତି । ୧୫ ତାରିଖରୁ ୨୬ ତାରିଖ ଯାଏଁ ଚାଲିବ ମେଳା ।
ଏଥିରେ ଦେଶର ବିଭିନ୍ନ ରାଜ୍ୟର ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗରଙ୍କ ସାମଗ୍ରୀ ବିକ୍ରିି ତଥା ପ୍ରଦର୍ଶନ ନିମନ୍ତେ ସ୍ଥାନିତ ହୋଇଛି । ପ୍ରତ୍ୟେକ ଦିନ ଅପରାହ୍ନ ସାଢ଼େ ୨ଟାରୁ ରାତି ସାଢ଼େ ୯ ପର୍ୟ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ମେଳାରେ ସମସ୍ତ ପ୍ରକାର ଜିନିଷ ଉପଲବ୍ଧ ହେଉଥିବା ବେଳେ ବିଶେଷ କରି ହାତ ତିଆରି ଘରକରଣା ଓ ପଟଚିତ୍ର ଲୋକଂକ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ଦଶ ଟଙ୍କାରୁ ଆରମ୍ଭ କରି ହଜାର ହଜାର ଟଙ୍କା ପର୍ୟ୍ୟନ୍ତ ଜିନିଷ ଏଠାରେ ମିଳୁଛି ।