ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ତାଙ୍କ ନାଗରିକତାକୁ ନେଇ କରାଯାଇଥିବା ଅଭିଯୋଗ ଉପରେ କେନ୍ଦ୍ରୀୟ ଗୃହମନ୍ତ୍ରାଳୟ ନୋଟିସ୍ ପଠାଇ ଏହାର ସ୍ଥିତି ସ୍ପଷ୍ଟ କରିବାକୁ କହିଛନ୍ତି ।
ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଅଭିଯୋଗ କରିଥିଲେ କି, ୨୦୦୯ରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜକୁ ବିଟ୍ରେନର ନାଗରିକ ବୋଲି କହିଥିଲେ । ଏହାସହିତ ୨୦୦୩ ବିଟ୍ରେନର ଏକ କମ୍ପାନୀ ବ୍ୟକଆପ୍ସ ଲିମିଟେଡର ଦସ୍ତାବିଜ୍ରେ ରାହୁଲ ବ୍ରିଟିଶ୍ ନାଗରିକ ବୋଲି କହିବା ସହ ସେ ଏହି କମ୍ପାନୀର ଡାଇରେକ୍ଟର ଏବଂ ସେକ୍ରେଟାରୀ ମଧ୍ୟ ରହିଥିଲେ ।
ସୁବ୍ରମଣ୍ୟମ ଅଭିଯୋଗ ଅନୁଯାୟୀ ନୋଟିସ୍ ରେ ଲେଖାହୋଇଛି କି, ଏହି କମ୍ପାନୀର ୨୦୦୫-୦୬ ଯାଏଁ ବାର୍ଷିକ ରିଟର୍ଣ୍ଣରେ ରାହୁଲ ତାଙ୍କ ନାଗରିକତା ବ୍ରିଟିଶ୍ ବୋଲି ଲେଖିଛନ୍ତି ।
ଏହି ମାମଲାରେ ମଙ୍ଗଳବାର ଗୃହମନ୍ତ୍ରାଳୟ ପକ୍ଷରୁ ରାହୁଲ ଙ୍କୁ ନୋଟିସ୍ ପଠାଯିବା ସହ ସ୍ଥିତି ସ୍ପଷ୍ଟ କରିବା ପାଇଁ କୁହାଯାଇଛି । ଏହି ନୋଟିସ୍ ର ଜବାବ ଦେବା ପାଇଁ ରାହୁଲ ଗାନ୍ଧୀଙ୍କୁ ୧୫ ଦିନ ସମୟ ଦିଆଯାଇଛି ।
ନିଜ ଦଳର ମୁଖିଆଙ୍କ ନାଗରିକତା କୁ ନେଇ ଉଠିଥିବା ପ୍ରଶ୍ନକୁ ଖାରଜ କରି କଂଗ୍ରେସୁ ପ୍ରବକ୍ତା ରଣଦୀପ ସୁରେଜୱାଲା କହିଛନ୍ତି କି , ସାରା ଦୁନିଆ ଜାଣିଛି ଯେ ରାହୁଲ ଗାନ୍ଧୀ ଭାରତୀୟ ନାଗରିକ ।