ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ନବରାତ୍ରୀର ଚତୁର୍ଥ ଦିନ । ମା’ ଦୁର୍ଗା କୁଷ୍ମାଣ୍ଡ ରୂପରେ ପୂଜା ପାଉଛନ୍ତି । ମା’ ତାଙ୍କ ଶକ୍ତିହୀନ ହସରେ ସାରା ବ୍ରହ୍ମାଣ୍ଡକୁ ଉତ୍ପତି କରିଥିଲେ ଯେଉଁଥି ପାଇଁ ତାଙ୍କୁ କୁଷ୍ମାଣ୍ଡ ଦେବୀ ବୋଲି କୁହାଯାଏ । ଏହାସହିତ ଯେତେବେଳେ ବ୍ରହ୍ମାଣ୍ଡ ସୃଷ୍ଟି ହୋଇନଥିଲା ସେତେବେଳେ ଦେବୀ ତାଙ୍କ ହସରେ ବ୍ରହ୍ମାଣ୍ଡକୁ ରଚନା କରିଥିଲେ । ଏହି କାରଣରୁ ତାଙ୍କୁ ସୃଷ୍ଟିର ଆଦିଶକ୍ତି ବୋଲି କୁହାଯାଏ ।
ଏହି ମା’ଙ୍କର ଆଠଟି ଭୂଜା ରହିଛି । ଏହି ଅଷ୍ଟଭୂଜା ହସ୍ତରେ ଧନୁ, ତୀର,ପଦ୍ମଫୁଲ, ଚକ୍ର, ଗଦା,ଅମୃତକଳଶ,କମଣ୍ଡଳ ଏବଂ ଜପମାଳା ଧାରଣ କରି ସିଂହ ଉପରେ ବସି ଧରାପୃଷ୍ଠରେ ଅବତରଣ କରିଥାନ୍ତି ।ସକାଳୁ ସ୍ନାନ ସାରି ସବୁଜ ରଙ୍ଗର ବସ୍ତ୍ର ଧାରଣ କରି କୁଷ୍ମାଣ୍ଡ ମା’ଙ୍କୁ ପୂଜା କରନ୍ତୁ । ପୂଜାରେ ଗୁଜୁରାତି ଏବଂ ପାନମଧୁରୀ ଭୋଗ ଲାଗାନ୍ତୁ । ଏହାପରେ ମା’ଙ୍କ ମୁଖ୍ୟ ମନ୍ତ୍ର ୧୦୮ ଥର ଜପ କରନ୍ତୁ